କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତର ରାଜୀବ ଗାନ୍ଧୀ ସଭା ଗୃହ ଠାରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତର ରାଜୀବ ଗାନ୍ଧୀ ସଭା ଗୃହ ଠାରେ ଆଜି ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ଦାମରେଜୁର ମିଳିତ ଆନୁକୂଲ୍ୟରେ ଘର ଘର ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଛାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଯୁଗାନ୍ତ କହ୍ନର ଯୋଗ ଦେଇ ଥିବା ବେଳେ ସନମାନୀତ ଅତିଥି ଭାବରେ ଫିରିଙ୍ଗିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଫର୍ମାସିଷ୍ଟ ସୀମାଦ୍ରୀ ମହାରଣା, ଶାନ୍ତନୁ କୁମାର ସେଠି, ପଳାବୁର୍ଗୀ ସରପଞ୍ଚ ଲୀଳାବତୀ ମଲ୍ଲିକ, ସଳାଗୁଡା ସରପଞ୍ଚ ରୋହିତ କହ୍ନର, ବାପୁଜୀ ଯୁବକ ସଙ୍ଘର ସଭାପତି ଜମ୍ବେଶ୍ୱର କହ୍ନର, ଲକ୍ସମନ କହ୍ନର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର, ସହ କର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ କମଳ ଲୋଚନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ l
ଉକ୍ତ କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ବ୍ଲକ ଯୁବକ ସଙ୍ଘର ସଭ୍ୟସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ପ୍ରତେକ ଘରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେଘରେ ଭାରତର ଜାତୀୟ ପତାକା ଲଗେଇ ବା ପାଇଁ ଜନସାଧାରଣଙ୍କୁ ଅବଗତ କରାଇବା l ଏହା ସହ ଯୁବକମାନେ ଗାଁଗାଁ ବୁଲି ଲୋକମାନଙ୍କୁ ସତେତନ କରାଇବ ବୋଲି ନେହରୁ ଯୁବ କେନ୍ଦ୍ରର ଜ଼ିଲ୍ଲା ଯୁବ ଅଧିକାରୀ ଅବଗତ କରିଥିଲେ l ମୁଖ୍ୟ ଅତିଥି ଏହି କାର୍ଯାକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀଙ୍କୁ ଅବଗତ କରିଥିଲେ l ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଚାଲିଥିବା ଯୁବକ ସଙ୍ଘ ଉନୟନ କାର୍ଯ୍ୟକ୍ରମରେ ନୂତନ ଭାବରେ ଗଠିତ ହୋଇ ଥିବା ଯୁବକ ସଙ୍ଘ ଗୁଡିକୁ ଆଫିଲେସନ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା l ବୈଠକରେରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବେଳେ ମା ବାଉଟି ସୁପର ଷ୍ଟାର ୟୁଥ କ୍ଲବ ସମ୍ପାଦକ ପ୍ରମୋଦ କହ୍ନର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l