ସିବିଏସଇ ପରୀକ୍ଷାରେ କନ୍ଧମାଳର ଶୁଭମଙ୍କ କୃତିତ୍ଵ, ୯୭.୪ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର…

ଅନୁସନ୍ଧାନ ଭାରତ(ବ୍ୟୁର): ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ଶୁଭମ ସୌରଭ ୯୭.୪ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ସୁଭମ କନ୍ଧମାଳ ଜିଲ୍ଲା ବାଲିଗୁଡା ପାଟଖଣ୍ଡା ସାହିର ସୁଶାନ୍ତ କୁମାର ସାହୁ ଓ ରଶ୍କିତା ସାହୁଙ୍କ ପୁତ୍ର I ତାଙ୍କର ଏହି ସଫଳତା ପାଇଁ ସେ ଭଗବାନଙ୍କର ଆର୍ଶୀବାଦ, ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ, ଟିଉସନ ଶିକ୍ଷକ, ବାପା ଓ ମାଁ ସହ ଅଭିଭାବଙ୍କ ଅବଦାନ ଏବଂ ନିଜର ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି ବୋଲି ମତ ପ୍ରଦାନ କରିଛନ୍ତି I