ଆରପାରିରେ ଘୁ.ଉଦୟଗିରି ରାଜନୀତିର ଚର୍ଚ୍ଚିତ ଚେହେରା ଲେକ୍ଟର ଏନ ବୁଲିଆନ, କଳିଙ୍ଗ ମହାବିଦ୍ୟାଳୟ ଠାରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦ୍ୱାରା ସ୍ମୁତି ଚାରଣ….
ଅନୁସନ୍ଧାନ ଭାରତ(ବ୍ୟୁର): ଆର ପାରିରେ ଘୁ.ଉଦୟଗିରିର ରାଜନୈତିକ ଚର୍ଚ୍ଚିତ ଚେହେରା ଲେକ୍ଚରର ଏନ ବୁଲିଆନ I ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲାର ଚର୍ଚ୍ଚିତ ରାଜନେତା ଲେକଚରର ବୁଲିଆନଙ୍କ ଘୁ. ଉଦୟଗିରି ସ୍ଥିତ ବାସ ବାସଭବନରେ ଅକାଳ ବିୟୋଗ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା I ସେ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡ଼ା ଗ୍ରାମ ପଞ୍ଚାୟତର ରୁଦାଙ୍ଗିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଘୁ.ଉଦୟଗିରି ସହରର ଜଣେ ସ୍ଥାୟୀ ବାସିନ୍ଦା ଥିଲେ I ଏନ ବୁଲିଆନ କଳିଙ୍ଗ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ମଧ୍ୟ କରି ଆସିଥିଲେ I
ତାଙ୍କ ଧର୍ମ ପତ୍ନୀ ସୁଜାତା ବେହେରା ମଧ୍ୟ କଳିଙ୍ଗ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ଯେ କି ଜଣେ ସ୍ବର୍ଣ୍ଣ ପଦକ ପ୍ରାପ୍ତ I ଏନ ବୁଲିଆନଙ୍କ ଜଣେ ପୁଅ ବ୍ଲିସ ଏବଂ ଜଣେ ଝିଅ ବ୍ଲୁମୀ ଅଛନ୍ତି I ଲେକଚରର ବୁଲିଆନ ବର୍ତମାନ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର ୬ରୁ ବିଜେଡି ଦଳର କାଉନସିଲର ଭାବେ ନିର୍ବାଚିତ ହୋଇ ଆସି ଥିଲେ I ଗତକାଲି ତାଙ୍କ ଅକାଳ ବିୟୋଗ ରେ ସାରା କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି I ଜାତୀୟ ରାଜନୈତିକ ଦଳ କଂଗ୍ରେସ ହେଉ ବା ଆଞ୍ଚଳିକ ଦଳ ବିଜେଡି ହେଉ ଏନ ବୁଲିଆନଙ୍କ ବେଶ ଦବଦବା ଥିଲା I ଯାହା ପାଇଁ କଂଗ୍ରେସ ଦଳ ପକ୍ଷରୁ ବିଗତ ଦିନରେ ଏନ ବୁଲିଆନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ସହ ବିଧାୟକ ପ୍ରାର୍ଥୀ ମଧ୍ୟ କରାଯାଇ ଥିଲା I ଏହା ସହ ବିଜେଡି ଦଳରେ ସାମିଲ ହେବା ପରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱରେ ପ୍ରଦାନ କରାଯାଇଥିଲା I ଏନ ବୁଲିଆନଙ୍କ ଅକାଳ ବିୟୋଗକୁ ନେଇ କଳିଙ୍ଗ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହରଙ୍କ ସଭାପତିତ୍ୱରେ ଏକ ଶୋକସଭାର ଆୟୋଜନ କରାଯାଇ ଅମର ଆତ୍ମାର ସତଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି I ଏହା ସହ କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦ୍ୱାରା ସ୍ମୁଟିଚାରଣ କରାଯିବା ସହ ଶୋକ ସନ୍ତପ୍ତ ପରିବାର ନିମନ୍ତେ ସମବେଦନାର ବାର୍ତ୍ତା ପ୍ରେରଣା କରାଯାଇଛି I