ସରୁନି ପୋଲକାମ : ଗମନାଗମନର ମାଧ୍ୟମ ସାଜିଛି ଦେଶୀ ଡଙ୍ଗା, ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ଗ୍ରାମ ପଞ୍ଚାୟତର ଦୃଶ୍ୟ I ଏହି ଅଞ୍ଚଳ ବାସୀଙ୍କ ଦୁଃଖ କହିଲେ ନ ସରେ I ବହି ଯାଉଥିବା ଖରସ୍ରୋତା ଖଡ଼ଗ ନଦୀ ଉପରେ ପୋଲ କାମର ବିଳମ୍ବ ଯୋଗୁଁ ଖମନଖୋଲ ପଂଚାୟତର ଦୁର୍ଗମ ଗାଡିମ, ପସରାଣୀ ଗଣ୍ଡାକା, କିଲୋକନା, ଶ୍ରୀଖେଲ, ପାଦେରୀପଡା, ଟିଡ୍ରି, ଭଳି ବାରଖଣ୍ଡ ଗ୍ରାମର ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ସାହା ଦେଶୀଡ଼ଙ୍ଗା ହୋଇଛି I ସ୍କୁଲ କଲେଜ ମେଡିକାଲ ବ୍ୟାଙ୍କ ଅଫିସ କୋର୍ଟ କଚେରୀକୁ ଯାତାୟତ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ପାଇଁ ବାଲିଗୁଡା ବାରଖମା ଓ ଲଣ୍ଡାଗାଁ ଖମନଖୋଲ ଉପରେ ନିର୍ଭର କରନ୍ତି ଅଂଚଳର ବାସୀନ୍ଧା I ବର୍ଷା ତିନିମାସ ନଦୀ ଆରପାରିରେ ବସବାସ କରୁଥିବା ଗ୍ରାମବାସୀ ଅଭିଶପ୍ତ ଜୀବନ କାଟନ୍ତି I ରୋଗୀ, ପ୍ରସୂତି ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିନ ପାରି ଜୀବନ ଯାଇଥିବା ମଧ୍ୟ ନଜିର ରହିଛି I ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ହେଉଥିବା ପୋଲକାମ ଅହେତୁକ ବିଳମ୍ବ ଯୋଗୁଁ ଏବେ ବି ଭରା ନଦୀରେ ବିପଦ ସଂକୁଳ ଅବସ୍ଥାରେ ଛାତ୍ରଛାତ୍ରୀ, ରୋଗୀ ଓ ସାଧାରଣ ଲୋକ ଯାତାୟତ କରୁଛନ୍ତି I ସେହିପରି ତୁମୁଡିବନ୍ଧ ବ୍ଲକର ମାଲିପଡା ଅଞ୍ଚଳରେ ପୋଲ ନିର୍ମାଣ କାମ ବିଳମ୍ବ ଯୋଗୁଁ ଟୁରିନାଳରେ ପଶି ବିପଦ ସଂକୁଳ ଅବସ୍ଥାରେ କୁନି କୁନି ପିଲା ବିଦ୍ୟାଳୟକୁ ଯାତାୟାତ କରୁଥିବା ଦେଖା ଦେଇଛି I କେତେବେଳେ ଯେ ଅଘଟଣ ଘଟି ବହୁ ଅମୁଲ୍ୟ ଜୀବନ ଯେ ଚାଲିଯିବି କହିହେବ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ତୁରନ୍ତ ଜନ ସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପୋଲର ନିର୍ମାଣ କାମ ସହ ପ୍ରଶାସନ ଗ୍ରାମବାସୀଙ୍କୁ ଡ଼ଙ୍ଗା ଓ ଲାଇଫ ଜ୍ୟାକେଟ ପ୍ରଦାନ ପାଇଁ ବିଭିନ୍ନ ମହଲ ରେ ଦାବି ହୋଇଛି I