ରାଜେନ୍ଦ୍ରଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ, ଦେହ ଖରାପ ହେତୁ ବାହାର୍ ରାଜ୍ୟରୁ ଘରକୁ ଫେରିବା ବେଳେ ନିଖୋଜ ଅଭିଯୋଗ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ମରିଆ ପଲ୍ଲୀ ସାହିର ରାଜେନ୍ଦ୍ର ଦନା ବିଶୋଇ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ଶ୍ରୀ ଦନା ବିଶୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଘରକୁ ଫେରୁଥିଲେ। ସେ ତାମିଲନାଡୁ ର କୈମଧୁର ଷ୍ଟେସନ ରୁ ଟ୍ରେନ ଯୋଗେ ବିଜୟ ୱାଡା ପର୍ଯ୍ୟନ୍ତ ଆସିଥିଲେ ପରେ ସେଠାରୁ ଦିନ ୧୨ଘଣ୍ଟା ସମୟରେ ଅନ୍ୟ ଏକ ଟ୍ରେନ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ ଏହି ସମୟରେ ତାଙ୍କ ସ୍ତ୍ରୀ ସେଲିନା ଦନା ବିଶୋଇ ଙ୍କ ସହ ଫୋନ ଯୋଗାଯୋଗ ହୋଇଥିଲା।ସେ ରାତ୍ରୀ୧୦ଘଣ୍ଟା ରେ ବ୍ରହ୍ମପୁର ଷ୍ଟେସନ ରେ ପହଞ୍ଚିବେ ବୋଲି କହିଥିଲେ।  ତାର କିଛି ସମୟ ପରେ ବାରମ୍ବାର ସ୍ୱାମୀ ଙ୍କ ମୋବାଇଲ କୁ ଫୋନ କରିଥିଲେ ବି ତାଙ୍କ ଫୋନ ସ୍ୱିଚ ଅଫ ଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। ରାଜେନ୍ଦ୍ରଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ଷ୍ଟେସନ କୁ ଯାଇ ସ୍ଵାମୀ ଙ୍କ ଆସିବା ବାଟକୁ ଚାହିଁ ବସିଥିଲେ । ସ୍ଵାମୀ ପହଞ୍ଚିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ରେ ଚିକିତ୍ସା କରି ଘରକୁ ଆସିବା ଯୋଜନାରେ ସେ ଅପେକ୍ଷା କରିଥିଲେ । ସ୍ୱାମୀଙ୍କ କହିବା ସମୟ ଅନୁଯାୟୀ ନ ପହଞ୍ଚିବାରୁ ନିରାଶ ହୋଇ ଗାଁ କୁ ଫେରିଥିଲେ ପରେ ବାଧ୍ୟ ହୋଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ର ଙ୍କ ବୟସ ପ୍ରାୟ ୩୫ ବର୍ଷ  ,ଉଚ୍ଚତା ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ, ହେହର ରଙ୍ଗ ଶ୍ୟାମଳ, ସେ ବାହାରିବା ସମୟରେ ହଳଦିଆ ରଙ୍ଗର ସାର୍ଟ ଓ କଳା ରଙ୍ଗର ପେଣ୍ଟ ପିନ୍ଧିଥିଲେ। ସେ 7387003234 ମୋବାଇଲ ନଂ ବ୍ୟବହାର କରୁଥିଲେ। ଏଣୁ ଯେକୌଣସି ବ୍ୟକ୍ତି ରାଜେନ୍ଦ୍ର ଙ୍କ ସନ୍ଧାନ ପାନ୍ତି ତେବେ ସ୍ଥାନୀୟ ପୋଲିସ ଷ୍ଟେସନ ରେ କିମ୍ବା ତାଙ୍କ ପରିବାରର  8895881850 ନଂ କୁ ଯୋଗାଯୋଗ କରି ସୂଚନା ଦେବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି।