ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସଙ୍କ ଗିରଫ ପ୍ରତିବାଦରେ କନ୍ଧମାଳ ଗଣମାଧ୍ୟମ ସଂଘର ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ…..
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଗଣମାଧ୍ୟମ ସଂଘ ତରଫରୁ ବଡ଼ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ କରି ଥିଲେ I କନ୍ଧମାଳ ଗଣମାଧ୍ୟମ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ନାରାବାଜି କରିଥିଲେ I
ପରେ ପରେ ରାଜ୍ୟପାଳ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ମେମୋରେଣ୍ଡମ ପ୍ରଦାନ କରିଛନ୍ତି I ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫର ତୀବ୍ରନିନ୍ଦା କରିଥିଲେ I ସୂଚନାଯୋଗ୍ୟ ଯେ ଅର୍ଦ୍ଧେନ୍ଦୁଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲ I ଏହାକୁ ବିରୋଧ କରି କନ୍ଧମାଳ ଗଣମାଧ୍ୟମ ସଂଘର ସଭାପତି ଗଗନ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା I
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କନ୍ଧମାଳ ଗଣମାଧ୍ୟମ ସଂଘର ଉପସଭାପତି ଫିଲିପ ଦିଗାଳ, ସମ୍ପାଦକ ଏମାନୁଏଲ ନାୟକ, କୋଷାଦକ୍ଷ ସୀମାଞ୍ଚଳ ସାହୁ, ସାମ୍ବାଦିକ କ୍ଷୀରୋଦ ସାହାଣି, ସାମ୍ବାଦିକ ବୈଦ୍ୟନାଥ ନାୟକ, ସାମ୍ବାଦିକ ପ୍ରଭାତ ନନ୍ଦ, ସାମ୍ବାଦିକ ଉତ୍ତମ ନାଥ ଦିଗାଳ, ସାମ୍ବାଦିକ ସୁଶାନ୍ତ ଦିଗାଳ ଏବଂ ସାମ୍ବାଦିକ କୁନା ଦିଗାଳ ପ୍ରମୁଖ ଯୋଗଦେଇ ଘଟଣାର ତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଛାଡିଦେବା ଲାଗି ପ୍ରତିବାଦ କରିଥିଲେ I
ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଭିଭିନ୍ନ ଦୁର୍ନିତୀ, ଅନିୟମିତତା, ସଂପର୍କିତ ଖବର ନିର୍ଭିକ୍ ଭାବେ ନିୟମିତ ପରିବେଷଣ କରି ଲୋକାଲୋଚନକୁ ଆଣୁଥିଲେ I ସେଥି ପାଇଁ ସରକାର ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନ ଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ସଠିକ ତଦନ୍ତ ନ କରି ଅନ୍ୟାୟ ଭାବେ ତାଙ୍କୁ ଗିରଫ କରିଥିବା କନ୍ଧମାଳ ଗଣମାଧ୍ୟମ ସଂଘର ସାମ୍ବାଦିକମାନେ ଅଭିଯୋଗ କରି ତିବ୍ର ପ୍ରତିବାଦ କରିଥିଲେ I