ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ଅଗ୍ରଣୀ ଲୋକ ସଙ୍ଗଠନ I ଏହି ସଂଗଠନ ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଆଦିବାସୀ, ଦଳିତ, ନିଷ୍ପେସିତ ଓ ପଛୁଆ ବର୍ଗର ଲୋକଙ୍କ ସହିତ ରହି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟକ୍ରମ କରୁଛି I 

କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ରହି ଆସୁଥିବା ଗ୍ରାମ ବାସୀଙ୍କ ମୌଳିକ ଅଧିକାର ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗୋମନା ଗମନ ପାନୀୟ ଜଳ, ମନରେଗା ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଜଙ୍ଗଲ ଜମି ଆଇନ, ସାମାଜିକ ସୁରକ୍ଷା ଯୋଜନା, ମାତୃ ମମତା ଯୋଜନା, କୃଷି ଓ କୁଟୀର ଶିଳ୍ପୀ ଆଦି ସମସ୍ତ ସରକାରଙ୍କ ଯୋଜନା ଯେପରି ପ୍ରତ୍ୟେକ ଲୋକ ସଠିକ ଭାବରେ ପାଇ ପାରିବେ ସେଥିପାଇଁ ଗାଁ ଗାଁ ଯାଇ ଲୋକଙ୍କୁ ଏକାଠି କରି ଗାଁ କମିଟି ଗଠନ କରି ଲୋକେ କିପରି ନିଜ ଅଧିକାରକୁ ନିଜେ ସାବ୍ୟସ୍ତ କରି ପାରିବେ ସେଥିପାଇଁ ଏକ ମଞ୍ଚ ଗଡ଼ିବା ସହିତ ସଙ୍ଗଠନ କିପରି ସୁଦୃଢ ହେବ ଏବଂ ସ୍ୱାବିଳମ୍ବି ହେବ ସେଥିପାଇଁ ଗୁରୁତ୍ୱ ଦେଇଛି I ଯେପରି ମୋ ଚାଟ ଶାଳୀ ମାଧ୍ୟମରେ ପିଲାଙ୍କୁ ଶିକ୍ଷା, ମହିଳା ସଶକ୍ତି କରଣ, ଯୁବ ସମାଜ ଗଠନ, ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନିଜର ଦାୟିତ୍ୱ ଓ କର୍ତବ୍ୟକୁ ନେଇ ତାଲିମ, ସୋସିଆଲ ମିଡ଼ିଆରେ କିପରି ପାରଙ୍ଗମ ଯଥା, ଟ୍ୱିର୍ଟର, ଫେସବୂକ, ହୂଟାସ ଆପ, ଇନଷ୍ଟା ଗ୍ରାମକୁ ବ୍ୟବହାର କରି ଗ୍ରମାଞ୍ଚଳର ସମସ୍ୟା ଏବଂ ପ୍ରଂଶସା କାର୍ଯ୍ୟକ୍ରମକୁ ପ୍ରଚାର ଏବଂ ପ୍ରସାର କରିବାକୁ ଆୱାନ ଦେଇଥାଏ I ଆଜି ସଙ୍ଗଠନର କର୍ମୀ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଭିବିନ୍ନ ଗ୍ରାମକୁ ଯାଇ ମାସିକ ବୈଠକ କରିବା ସହିତ ଗ୍ରାମକୁ ସଫା କରି ସ୍ୱଚ୍ଛତାକୁ ବଜାଇ ରଖିବା ଏବଂ ଗାଁ ସମସ୍ୟା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବା ସହ ଆସୁ ସମାଧାନ କରିବା ପାଇଁ ଆଗେଇ ଆସିଛି I ସଙ୍ଗଠନର ଏପରି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ପକ୍ଷରୁ ପ୍ରଂଶସା କରାଯାଉ ଥିବା ଦେଖିବାକୁ ମିଳୁଛି I ଏହି କାର୍ଯ୍ୟକ୍ରମକୁ ଘୁ.ଉଦୟଗିରି ଏବଂ ରାଇକିଆ ବ୍ଲକ ସଞ୍ଜଜିକା ସସ୍ମିତା ମଲ୍ଲିକ ପରିଚାଳନା କରି ଥିବା ବେଳେ ଜନ ସାଥି ଭଉଣୀ ପ୍ରୋମଦା ନାୟକ, ଶାନ୍ତିଲତା ନାୟକ, ସାରଳା ପ୍ରଧାନ, ରିତାରାଣୀ ପ୍ରଧାନ, ମାମୁନି ପ୍ରଧାନ ଏବଂ ଘୁ. ଉଦୟଗିରି ଜନ ସାଥି ମମତା ମଲ୍ଲିକ, ଗୌରୀ ପ୍ରଧାନ ସହିତ ମହିଳା ଜୀଜିକା ସୁରକ୍ଷା ମଞ୍ଚ ରାଇକିଆ ବ୍ଲକ ବାକିଙ୍ଗିଆ (ପଙ୍ଗାନଜୁ) ଗାଁ କମିଟି ସଭାନେତ୍ରୀ ବନିତା ପ୍ରଧାନ, ସମ୍ପାଦିକା ରୁଚିତା ପ୍ରଧାନ ସଂଗଠନ ସଭ୍ୟା ଉପସ୍ଥିତ ରହି ସହଯୋଗ କରି ଥିଲେ I