ଏନଏସି ବିଧାୟକଙ୍କ ପ୍ରତିନିଧି ହେଲେ ଅନିଲ କୁମାର ଦଳବେହେରା…..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏନଏସି ପ୍ରତିନିଧି ଭାବେ ଅନିଲ କୁମାର ଦଳବେହେରାଙ୍କୁ ଦାୟିତ୍ୱ ଭାର ପ୍ରଦାନ କରିଛନ୍ତି I ପୂର୍ବରୁ ପି. ରାଜା ପାତ୍ର ବିଧାୟକଙ୍କ ପ୍ରତିନିଧି ଦାୟିତ୍ୱ ଭାର ତୁଲାଇ ଆସୁଥିଲେ I କିନ୍ତୁ ବର୍ତମାନ ଏହି ଦାୟିତ୍ୱ ଅନିଲ କୁମାର ଦଳବେହେରା ଙ୍କୁ ଅର୍ପଣ କରିଛନ୍ତି ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ I ବିଧାୟକଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଦେଇଥିବାରୁ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ଆନ୍ତରିକ ଧନ୍ୟବାଦ ଜଣେଇଥିବା ପ୍ରକାଶ କରିଛନ୍ତି ଅନିଲ I ସେ ଏହା ପୂର୍ବରୁ 2 ନମ୍ବର ୱାର୍ଡ଼ ରକାଉନସିଲର ରହି ଆସିଥିଲେ, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଅଛନ୍ତି ଏବଂ ଘୁ.ଉଦୟଗିରି ପ୍ରମେୟ ପ୍ରତିନିଧି ଭାବେ କାର୍ଯ୍ୟକରିଆସୁଛନ୍ତି I ଘୁ.ଉଦୟଗିରି ଏନଏସି ଅଞ୍ଚଳର ସାମୁହିକ ବିକାଶ ଏବଂ ଏହି ଅଞ୍ଚଳର ଜନସାଧାରଣଙ୍କ ଉନ୍ନତି ଦିଗରେ କାର୍ଯ୍ୟକରିବାକୁ ପ୍ରାଥମିକତା ଦିଆଯିବ ବୋଲି ମତ ରଖିଛନ୍ତି ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା I