ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଅଜବ ଘଟଣା ଦେଖିବାକୁ ମିଳିଛି I ଯାହା ପାଇଁ ସହରକୁ ଆସୁ ଥିବା ଜନସାଧାରଣ ବୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉ ଥିବାର ଦେଖିବାକୁ ମିଳିଛି I ଧର୍ମକୁ ଆଖିଠାର ନୀତିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ଜଳଛତ୍ର କରାଯାଇଛି ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି I
ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ସ୍ଥାନରେ ସରକାରୀ ଅନୁଦାନ ବ୍ୟୟ କରି ଜଳଛତ୍ର କରାଯାଇଛି I କିନ୍ତୁ ପାଣି ଟାଙ୍କିର ଟ୍ୟାପ ଖୋଲିଲା ବେଳେ ପିଇବା ପାଣି ଆସୁନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି I ଖରା ଦିନରେ ଲୋକଙ୍କ ତୃଷା ମେଣ୍ଟାଇବା ପାଇଁ ଜଲଛତ୍ରର ବ୍ୟବସ୍ଥା କରାଯାଇଛି I ହେଲେ ଜଳଛତ୍ରରେ ପାନୀୟ ଜଳ ନ ଆସିବା ଅତ୍ୟନ୍ତ ଦୁଃଖଦ ବିଷୟ I ପରିଷଦ ତରଫରୁ ଏତେ ଟଙ୍କା ଖର୍ଚ୍ଚ କରି ଜଳଛତ୍ର କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି I ତେଣୁ ଏନଏସିର ଯେଉଁ ଅଧିକାରୀମାନେ ଜଳଛତ୍ର ଦାୟିତ୍ୱରେ ଅଛନ୍ତି ନିୟମିତ ସ୍ୱଚ୍ଛ ପିଇବା ପାଣି ଅଛି ନା ନାହିଁ ତଦାରଖ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି I