ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ମିଟିଂ ଅନୁଷ୍ଠିତ: ବିଭିନ୍ନ ଉନ୍ନୟନ ମୂଳକ କାମ ଓ ଟେଣ୍ଡରରେ ହୋଇ ଥିବା ଅନିୟମିତତାକୁ ନେଇ ତୁମ୍ବିତୋଫାନ, ଜୋରଜାର ମୂଳକତାର ନୀତିକୁ ନେଇ ଅଧ୍ୟକ୍ଷାଙ୍କୁ ଘେରିଲେ କାଉନସିଲର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ କୋଉନ୍ସିଲ ସଭା ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ଅଧକ୍ଷା ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ମୂଖ୍ୟ କିରାଣୀ ସତ୍ୟ ପ୍ରକାଶ ମହାପାତ୍ର, କିରାଣୀ କମ୍ବୁପାଣି ପାଣିଗ୍ରାହୀ, କାଉନସିଲର ଲେକ୍ଚର ବୁଲୁଆନ ନାୟକ, କାଉନସିଲର ପି ସଞ୍ଜୀବ କୁମାର ପାତ୍ର, କାଉନସିଲର ଜାକେଶ ପ୍ରଧାନ, କାଉନସିଲର ନନ୍ଦିତା ପ୍ରଧାନ, କାଉନସିଲର ମୋନାଲିଶା ଦଳବେହେରାଙ୍କ ସମେତ ସମସ୍ତ କାଉନସିଲର ଓ ଯନ୍ତ୍ରୀ ଯୋଗ ଦେଇଥିଲେ I ଵିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ହୋଇ ଥିବା ବିକାଶ ମୂଳକ କାମରେ ହୋଇ ଥିବା ଅନିୟମିତତା ଓ ଦୁର୍ନୀତିକୁ ନେଇ ଅଧକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଘେରି ତୁମ୍ବିତୋଫାନ କରିଛନ୍ତି କାଉନସିଲର ଲେକ୍ଚର ବୁଲୁଆନ, କାଉନସିଲର ପି ସଞ୍ଜୀବ କୁମାର ପାତ୍ର I ଏହା ପୂର୍ବରୁ ୨୨/୦୪/୨୦୨୨ରେ ପ୍ରଥମ କାଉନସିଲ ବଡି ବୈଠକ ଅନୁଷ୍ଠିତ ହୋଇଥିଲା I ଵିଜ୍ଞାପିତ ଅଞ୍ଚଳ ପରିଷଦର ଚକରା ବିଷୋୟୀ ପ୍ରତିମୂର୍ତ୍ତି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଭେର୍ଟେନାରୀ ଛକ ଠାରେ ଡ୍ରେନ ନିର୍ମାଣକୁ ନେଇ ଅଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ସହ କାଉନସିଲର ଲେକ୍ଚରର ବୁଲିଆନ ଓ ପି ସଞ୍ଜୀବ କୁମାର ପାତ୍ରଙ୍କ କଥା କତାକଟି ହୋଇ ଥିଲା Iଅଧକ୍ଷାଙ୍କ ଦ୍ୱାରା ଗଠିତ କମିଟିକୁ ଘୋର ବିରୋଧ କରିବା ସହ କମିଟି ଆଇନ ସଂଗତ ନୁହେଁ ବୋଲି କାଉନସିଲ ମିଟିଙ୍ଗରେ କହିଛନ୍ତି ଲେକ୍ଚରର ବୁଲିଆନ I ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚକ ପରିଷଦର ୱାର୍ଡ ୪ରେ ଥିବା ବନ୍ଧର ପୁନଃରୁଧାର ଓ ସୌନ୍ଧର୍ଯ୍ୟ କରଣରେ ହୋଇ ଥିବା ଦୁର୍ନୀତିରେ ହୋଇଥିବାକୁ ନେଇ ଅଧକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଘେରି ଥିଲେ କାଉନସିଲର ପି ସଞ୍ଜୀବ କୁମାର ପାତ୍ର ଓ ଲେକ୍ଚରର ବୁଲିଆନ I ବିଗତ ଦିନରେ ଵିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ହୋଇ ଥିବା ବିଭିନ୍ନ ବିକାଶ ମୂଳକ କାମରେ ହୋଇ ଥିବା ଟେଣ୍ଡେର ଓ ନିର୍ମାଣ କାମରେ ଅନିୟମିତତା ହୋଇ ଥିବା କାମକୁ ନେଇ ତୁମ୍ବିତୋଫାନ କରିବା ସହ ଅଧକ୍ଷାଙ୍କ ମୁହଁକୁ ବନ୍ଦ କରିଥିଲେ ସଞ୍ଜୀବ କୁମାର ପାତ୍ର ଓ ଲେକ୍ଚରର ବୁଲିଆନ I ୱାର୍ଡ ୮ରେ ଦେଖା ଦେଇ ଥିବା ପରିମଳ ବ୍ୟବସ୍ଥାରେ ଅବ୍ୟବସ୍ଥା, ବନ୍ଧର ପୁନଃରୁଧାର ଓ ଡ୍ରେନ ଚକକୁ ନେଇ ଅଧକ୍ଷାଙ୍କୁ ଘେରି ଥିଲେ କାଉନସିଲର ଜାକେଶ ପ୍ରଧାନ I ବିଭିନ୍ନ ଉନ୍ନୟନ ମୂଳକ କାମରେ କାଉନସିଲର ମାନଙ୍କର ମତାମତ ଗ୍ରହଣ କରାଯାଉ ଓ କାଉନସିଲର ମାନକୁ ଉପଯୁକ୍ତ ସନମାନ ଦିଆ ଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ୱାର୍ଡ ୬ର କାଉନସିଲର ଲେକ୍ଚର ବୁଲିଆନ I ନିର୍ବାଚିତ କାଉନସିଲରଙ୍କୁ ଉପଯୁକ୍ତ ସନମାନ ଦିଆଯାଉ ବୋଲି କାଉନସିଲର ମିଟିଙ୍ଗରେ ଦାବୀ କରିଛନ୍ତି ଲେକ୍ଚର ବୁଲିଆନ I ଶେଷରେ ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାମକୁ ନେଇ ଆଲୋଚନା ହୋଇ ଥିଲା I