କିରୋସିନୀରେ ଚାଲୁଥିବା ଘରୋଇ ବସ ଉପରେ ଚଢ଼ାଉ କଲା ଖାଉଟି ଟିମି….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବସ ଷ୍ଟାଣ୍ଡରେ ଏକ ଘରୋଇ ଯାତ୍ରୀବାହୀ ବସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି I ସୂଚନା ଅନୁଯାଇ ଜୁବୁଲି ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଖଜୁରିପଡାରୁ ବାଲିଗୁଡାକୁ ଆସୁଥିଲା I ଡିଜେଲ ଦର ବଢିଥିବାକୁ ନେଇ ମାଲିକ କିରୋସିନୀ ଦ୍ବାରା ଚଳାଯାଉ ଥିବା ନେଇ ପୂର୍ବରୁ ଖାଉଟି ବିଭାଗ ପାଖରେ ଅଭିଯୋଗ ହୋଇଥିଲା I ଏ ନେଇ ଆଜି ବାଲିଗୁଡା ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଏବଂ ଉପ-ଜିଲ୍ଲାପାଳ ମାନସ ରଞ୍ଜନ ମଳିକ ଏକ ଟିମି ସହ ଗାଡିରେ ତଦନ୍ତ କରିବା ବେଳ ଗାଡ଼ିରୁ ୩୫ ଲିଟର କିରୋସିନୀ ଜବତ କରିଥିଲେ I ଏନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ଗାଡିକୁ ଅଟକ ରଖାଯାଇଛି I