ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ଲୋକ ପ୍ରତିନିଧିଙ୍କର ସମନ୍ୱୟ ଓ ଭୁମିକା’ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସ୍ୱାତି ଅନୁଷ୍ଠାନ ପକ୍ଷରୁ ‘ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ଲୋକ ପ୍ରତିନିଧିଙ୍କର ସମନ୍ୱୟ ଓ ଭୁମିକା’ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି I ଏହି ଆଲୋଚନା ଚକ୍ରରେ ବ୍ଲକ ଅଧକ୍ଷା ସୁଷମା ପ୍ରଧାନ, ଏନଏସି ଅଧକ୍ଷା ଭାନୁପ୍ରଭା ମିଶ୍ର, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ, ଆଇନଜୀବୀ ଵିଜୟ ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ I ଆଲୋଚନା ଚକ୍ରରେ ଘୁ.ଉଦୟଗିରିର ସାମ୍ବାଦିକ, ସମାଜ ସେବୀ ଓ ନବନିର୍ବାଚିତ ଜନପ୍ରତିନିଧି ଯୋଗ ଦେଇ ଥିଲେ I ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟାଅତିଥୀ ଓ ଅତିଥିମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସାମୂହିକ ବିକାଶ କ୍ଷେତ୍ରରେ ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ଲୋକ ପ୍ରତିନିଧିଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ I ଆଲୋଚନା ଚକ୍ରକୁ ଆଇନଜୀବୀ ବିଜୟ ପଟ୍ଟନାୟକ ପରିଚାଳନା କରିଥିଲେ I ଏହି ଅବସରେ ସାମ୍ବାଦିକ ଶିଶିର ପଟ୍ଟନାୟକ, ପ୍ରଦାତା ନିର୍ଦେଶକ ପ୍ରଦୀପ ଦାସଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା I