ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ପରିସରରେ +୨ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଚାଲିଥିବା ଆତ୍ମ ସୁରକ୍ଷା କୈାଶଳ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଶୁଭ୍ରାଂଜଳି ପ୍ରଧାନ ଯୋଗଦେଇ ସାହସର ସହିତ ସମସ୍ୟାର ସମାଧାନ ପାଇଁ ଛାତ୍ରୀମାନେ ପ୍ରୟାସ କରିବା ଉଚିତ ବୋଲି କହିଥିବା ବେଳେ, ନାରୀମାନେ ନିଜକୁ ଦୁର୍ବଳ ମନେ ନକରି ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ସାମିଲ କରିବା ଉଚିତ ବୋଲି ମୁଖ୍ୟବକ୍ତା ଭାବରେ ଯୋଗଦେଇଥିବା ଅଧ୍ୟାପିକା ସୁପ୍ରିୟା ମହାନ୍ତି ମନ୍ତବ୍ୟ ରଖିଥିଲେ I।ଏଥିରେ ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଭେଙ୍କଟରମଣ ପଟ୍ଟନାୟକ ଯୋଗ ଦେଇଥିବା ବେଳେ, ଆତ୍ମ ସୁରକ୍ଷା କୈାଶଳ ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅନୀତା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶେଷରେ ଅଧ୍ୟାପକ ବିନାୟକ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I