ଅନୁସନ୍ଧାନ ଭାରତ(ବ୍ୟୁର): ‘ଅନୁସନ୍ଧାନ ଭାରତ’ ପୋର୍ଟାଲରେ ଖବର ପ୍ରକାଶିତ ହେବା ପରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ଆତି ପୁରାତନ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ପ୍ରଶାସନ I ଖେଳ ପଡ଼ିଆକୁ ପ୍ରବେଶ କରୁଥିବା ଡ୍ରେନ ଓ ଅଳିଆ ଆବର୍ଜନା ପାଣିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛି I ଖେଳ ପଡ଼ିଆକୁ ପ୍ରବେଶ କରିଥିବା ଡ୍ରେନକୁ ବନ୍ଦ କରିବା ସହ ହାତିବାଲି ସାହିରୁ ଆସୁ ଥିବା ଡ୍ରେନକୁ ସମ୍ପ୍ରସାରଣ କରି ମହାରଣା କଲୋନି/ପାୱାର ହାଉସ ଛକ ଡ୍ରେନ ସହ ସଂଯୋଗ କରାଯାଇଛି I କିଛି କାର୍ଯ୍ୟରତ କର୍ମଚାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସରକାରୀ ଅନୁଦାନ ଉପଯୁକ୍ତ ସ୍ଥାନରେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଖର୍ଚ୍ଚ ହୋଇ ପାରୁ ନାହିଁ I ଯାହା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ହେଉ ଥିବା ସରକାରୀ ଯୋଜନା ଜନସାଧାରଣଙ୍କ କାମରେ ଆସୁନ ଥିବା ଦେଖା ଦେଇଛି I
ହାତିବାଲି ସାହି ଦେଇ ଆସୁଛି ଥିବା ଡ୍ରେନ କୋର୍ଟ ଛକରେ ରାସ୍ତା ଅତିକ୍ରମ କରି ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ପାର୍ଶ୍ୱରେ କରାଯାଇଛି I ଯାହାକି ଟ୍ରେସେରି ପାର୍ଶ୍ୱରେ କରା ଯାଇ ଥିଲେ ଜନସାଧାରଣଙ୍କ ସ୍ୱାର୍ଥରେ ଆସି ଥାନ୍ତା ଓ ହବାକ ଉଚ୍ଚ ବିଦ୍ୟାଳୟ ଖେଲ ପଡ଼ିଆ ମଧ୍ୟ ସୁରକ୍ଷିତ ରହି ଥାନ୍ତା ବୋଲି ଅଞ୍ଚଳ ବାସୀ କହିଛନ୍ତି I ଏହି ଡ୍ରେନ ଯୋଗୁଁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆକୁ ଡ୍ରେନ ପାଣିରେ ମଇଳା ଭାସି ପ୍ରବେଶ କରୁଥିଲା I ସ୍ଥାନୀୟ ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ସୁରକ୍ଷିତ ହୋଇ ପାରିବା ନେଇ ଆଶା ଦେଖା ଦେଇଛି I ‘ଅନୁସନ୍ଧାନ ଭାରତ’ ବିଗତ ଦିନରେ ନିର୍ଭକ୍ଷ ଓ ସତ୍ୟ ଖବର ପ୍ରକାଶ କରୁଥିଲା ଓ ଏହି ପରିଭାବରେ ଆଗାମୀ ଦିନରେ ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା ନିମନ୍ତେ ନିର୍ଭକ୍ଷ ଖବର ପ୍ରକାଶ ଜାରୀ ରଖିବ I ବର୍ତ୍ତମାନ କିଛି ଦୁର୍ନୀତି ଖୋର ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ଚୋରାଭୂଇଁ ପାଲୋଟିଛି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ I ଏହି ବାଟ ମାରଣା ଓ ମନମୁଖୀ କାର୍ଯ୍ୟ ଉପରେ ଅହରହ ଦୃଷ୍ଠି ରଖିଛି ଓ ଆଗାମୀ ଦିନରେ ଲୋକାଲୋଚନାକୁ ଆଣିବ ‘ଅନୁସନ୍ଧାନ ଭାରତ’ I ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା ନିମନ୍ତେ ‘ଅନୁସନ୍ଧାନ ଭାରତ’ ନିରପେକ୍ଷ, ନିର୍ଭିକ୍ଷ ଓ ସତ୍ୟ ଖବର ପ୍ରକାଶ ଜାରୀ ରଖିଥିଲା ଓ ଜାରୀ ରଖିବ I
Next Post