ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ାର ବାରଖମା ଗ୍ରାମରେ ଅବସ୍ଥିତ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଆଶୁଅଛି I ଏହି ଅନୁଷ୍ଠାନ ଦ୍ବାରା ଅନେକ ଅନାଥ ପିଲାମାନଙ୍କୁ ଶିକ୍ଷା ଦେଇ ଶିକ୍ଷିତ କରାଯାଇ ଥାଏ I 


ଅନୁଷ୍ଠାନ ପକ୍ଷରୁ ସାସ୍କୃତିକ ପରମ୍ପରାକୁ ବଜାୟ ରଖି ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗତ ୧୩ ବର୍ଷ ଧରି ଜାରୀ ରହିଛି I ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ଅନେକ ବିଧବା ମାଁମାନଙ୍କୁ ନୂଆ ବର୍ଷର ଅଭିନନ୍ଦନ ଦେବା ସହିତ ଓମିକ୍ରନର ପ୍ରଭାବ ଓ ସଚେତନତାର ବାର୍ତା ମାଧ୍ୟମରେ ସେମାନଙ୍କ ପାଇଁ ଖାଦ୍ୟ, ନୂଆ ଲୁଗା ବଣ୍ଟନ କରିଅଛି I ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନର ସଭାପତି, ନିର୍ଦ୍ଦେଶକ ତଥା ସମ୍ପାଦକ ଓ ସମସ୍ତ କର୍ମକର୍ତା ପ୍ରକାଶ କରିଥିଲେ ଯେ ଏହି ଅନୁଷ୍ଠାନ ଆପଣ ମାନଙ୍କ ପାଇଁ ରହିଛି, ରହିବ ଓ ସମାଜର ଉନ୍ନତି ମୂଳକ କାର୍ଯ୍ୟ କରିବ I ଶେଷରେ ବିଧବା ମାଁମାନେ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ଓ କାର୍ଯ୍ୟରତ କର୍ମକର୍ତ୍ତାଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି I