ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାରେ ଅବ୍ୟବସ୍ଥା ଅଭିଯୋଗ: ବିଦ୍ୟୁତ କାଟ ହେଲେ ଲାଗୁନି ଜେନେରେଟର, ରୋଗୀଙ୍କୁ ମିଳୁନାହିଁ ଅକ୍ସୀଜେନ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନଂ ଓାର୍ଡର ସୌଭାଗ୍ଯ ସଂଗ୍ରମ ନାୟକ ନାମକ ଯୁବକଙ୍କ ହଠାତ ଛାତିରେ ଜନ୍ତ୍ରଣା ଅନୁଭବ ହେବାରୁ ପରିବାର ଲୋକ ଚିକିତ୍ସା ପାଇଁ ମେଡିକାଲକୁ ଆଣି ଥିଲେ I ମେଡ଼ିକାଲରେ ଭର୍ତ୍ତି ହେବାର କିଛି ସମୟ ପରେ ଅଘୋଷିତ ବିଦ୍ୟୁତ କାଟ ହୋଇ ଥିଲା I ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଯୁବକ ଜଣକ ଛଟପଟ ହୋଇ ଅକ୍ସୀଜେନ ପାଇଁ ନିବେଦନ କରି ଥିଲେ I କିନ୍ତୁ ଡାକ୍ତର ବିଦୁତ୍ ନାହି ଅକ୍ସିଜେନ ଦେଇହବନି କହି ବହୁ ସମୟ ରୋଗିକୁ ପକାଇ ରଖିଥଲେ I
ଯୁବକ ଜଣକ ଜନ୍ତ୍ରଣାରେ ଛଟ ପଟ ହୋଉଥିଲେ ଏବଂ ସଂଗେ ସଂଗେ ସ୍ଥାନିୟ ସାମ୍ବାଦିକ ଗଗନ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ I ଖବର ପାଇ ଗଗନ କୁମାର ପ୍ରଧାନ ଓ ସୁଜିତ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଦୁଇ ଜଣ ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଜେନେରେଟର ଲଗାଇ ରୋଗିଙ୍କୁ ଅକ୍ସିଜେନ ଦିଆ ଯାଇଥିଲା I ଏଠାରେ ପ୍ରଶ୍ନ ଉଠେ ଯେ ଲକ୍ଷ ଲକ୍ଷ ଟଙ୍କାର ଜେନେରେଟର ଲାଗିଛି କାହା ପାଇଁ??? ସରକାରଙ୍କ ତରଫରୁ ଇନ୍ଧନ ପାଇଁ ଅନୁଦାନ ଆସୁଛି ନା ନାହିଁ??? କୋଟି କୋଟି ଟଙ୍କା ବ୍ୟୟରେ ସରକାର ସ୍ୱାସ୍ଥ୍ୟ ସେବା ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି I ହେଲେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା କାହିଁକି?? ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି I ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷ ବର୍ଷ ଧରି ଏହି ଭଳି ସମସ୍ୟା ଲାଗି ରହି ଥିଲେ ମଧ୍ୟ କାର୍ଯ୍ୟରତ କର୍ମଚାରୀଙ୍କ ସମାଧାନ ପାଇଁ ତତ୍ପରତା ଦେଖା ଦେଉ ନ ଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି I ପ୍ରକାଶ ଥାଉ କି କିଛି ଦିନ ତଳେ ଘୁ.ଉଦୟଗିରି ବ୍ଲକ ଲିଙ୍ଗାଗଡ ଗ୍ରମପଞ୍ଚାୟତ ନିଲୁଙ୍ଗିଆ ଗ୍ରମର ଜଣେ ଗର୍ଭବତୀ ମହିଳା ଗର୍ଭଜନ୍ତଣା ଭୋଗ କରିବାରୁ ତାଙ୍କୁ ଆଶା ଦିଦି ଅଟୋରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ I ହେଲେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ନ ଦେଖି ଏପରିକି ମେଡିକାଲ ଭିତରକୁ ମଧ୍ଯ ନେଇ ନଥିଲେ ଫଳରେ ମହିଳା ଜଣକ ଅଟୋ ମଧରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ପ୍ରସବ ବେଦନାରେ ଛଟ ପଟ ହୋଇ ଥିଲେ ଓ ପରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ I ଡାକ୍ତରଙ୍କୁ ପଚାରିବାରୁ ତାଙ୍କ ଠାରୁ ଉତ୍ତର ମିଳିଥିଲା ଯେ ଗର୍ଭବତୀ ମହିଳାଙ୍କ କାଗଜପତ୍ର ଠିକ୍ ନାହି ତେଣୁ ତାଙ୍କୁ ଫୁଲବାଣୀ ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନତର କରିବାକୁ ପଡିବ I ମେଡିକାଲ ରେ ଆମ୍ବୁଲାନ୍ସ ନଥିବାରୁ ଡାକ୍ତର ରାଇକିଆ ମେଡିକାଲ ରୁ ଆମ୍ବୁଲାନ୍ସ ମଗେଇଛି ଆମ୍ବୁଲାନ୍ସ ଆସିଲେ ଫୁଲବାଣୀ ସ୍ଥାନାନ୍ତରିତ କରାଯିବ ଯିବ କହିଥିଲେ I ପରେ ମହିଳା ଜଣକ ବହୁ କଷ୍ଟ ପାଇ ଅଟୋରେ ସନ୍ତାନ ଜନ୍ମ କରିବା ପରେ ଫୁଲବଣୀ ମେଡିକାଲକୁ ଜାଇଥିବା ସୁଚନା ମିଳିଛି I