ପାଣି ସମସ୍ୟାକୁ ନେଇ ରାଜରାସ୍ତା ଅବରୋଧ କଲେ ଗ୍ରାମବାସୀ, ୨ଘଣ୍ଟା ଧରି ଗାଡି ମୋଟର ଚଳାଚଳ ବନ୍ଦ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଏନଏସିର ୪ ୱାର୍ଡ ଦଣ୍ଡପଦ ଠାରେ ପାଣି ସମସ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି I ଉତ୍ୟକ୍ତ ଲୋକ ରାଜରାସ୍ତାକୁ ଅବରୋଧ କରିଥିଲେ I ସରକାର ଗରିବ ଲୋକମାନଙ୍କ ପାଣି ସମସ୍ୟାକୁ ଦୂର କରିବା ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରିଛନ୍ତି I କିନ୍ତୁ ଆଜି ପର୍ଯ୍ୟନ୍ତ ଯୋଜନା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି I ଯାହାରି ଫଳରେ ଲୋକେ ରାଜରାସ୍ତାକୁ ଓହ୍ଲେଇ ଥିବା ମତପ୍ରକାଶ କରିଛନ୍ତି I ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ନିକଟରେ ନିବେଦନ କରିଥିଲେ I ହେଲେ କେହି ମଧ୍ୟ ଅଞ୍ଚଳ ବାସୀଙ୍କ ଗୁହାରି ସୁଣି ନଥିଲେ I ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିଲେ ବୋଲି କହିଛନ୍ତି I ଖବର ପାଇ ବାଲିଗୁଡା S.D.P.O ଗୁଣ୍ଡାଲ ରାଘବେନ୍ଦ୍ର ରେଡ୍ଡୀ, ଥାନା ଅଧିକାରୀ ବାବା ଶଙ୍କର ସାରଫ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ I ପ୍ରତିଶ୍ରୁତି ପାଇବା ଲୋକେ ଆନ୍ଦୋଳନରୁ ଓହରି ଥିଲେ ଓ ଗାଡି ଚଳା ଚଳ ଆରମ୍ଭ କରିଥିଲେ I