ଘୁ.ଉଦୟଗିରି ବିଜେଡିରେ କେଁ, ବିଜେଡି ୨୫ତମ ପ୍ରତିଷ୍ଠା ଦିବସରେ ପୁରୁଖା ନେତାଙ୍କୁ ଅଣଦେଖା….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ପଞ୍ଚାୟତ ଓ ପୋୖରପରିଷଦ ନିର୍ବାଚନ ପାଇଁ ସବୁ ଦଳରେ ଏବେ ତତ୍ପରତା ଦେଖା ଦେଇଛି I ବିଜେଡି ସବୁ ଦିଗରୁ ସୁଦୃଢ଼ ଥିଲେ ବି ଘୁ.ଉଦୟଗିରି ବିଜେଡିରେ କେଁ ଥିବା ଦେଖା ଦେଇଛି I ଏହି ବିବାଦ ପୁର୍ବତ୍ତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ଏବଂ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଲାଗି ରହିଥିବା ସାଧରଣରେ ଚର୍ଚ୍ଚା ହେଉଛି I

csp

ଏହି ବିବାଦ ସ୍ଥାନୀୟ ବିଧାୟକ ସମ୍ଭାଳି ପାରିବେ ତ ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦର ପୁର୍ବତ୍ତନ ଅଧକ୍ଷ ପି ସଞ୍ଜୀବ କୁମାର ପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଦଳର ୨୫ ତମ ପ୍ରତିଷ୍ଠା ଦିବସ ସମାରୋହରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଭିତିପ୍ରସ୍ଥର ଉତ୍ସବରେ ସ୍ଥାନୀୟ ପୁରୁଖା ନେତା ତଥା ପୁର୍ବତ୍ତନ ଅଧକ୍ଷ ତଥା ଜିଲ୍ଲାର ସଧାରଣ ସମ୍ପାଦକ ପି ସଞ୍ଜୀବ କୁମାର ପାତ୍ର ଏବଂ ଅନେକ ପୁରୁଖା ନେତାଙ୍କୁ ଦେଖା ମିଳିନ ଥିଲା I ଯାହାକୁ ନେଇ ଘୁ.ଉଦୟଗିରି ବିଜେଡି ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ମତ ପ୍ରକାଶ ପାଇଛି I ଅନ୍ୟ ପକ୍ଷରେ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ଅଧିକ ସଂଗଠିତ କରିବାରେ ଲାଗିଛି ବିଜେଡି ଦଳ I ତେବେ କେତେକ କ୍ଷେତ୍ରରେ ଏଥିରେ ବିଚ୍ୟୁତି ଦେଖିବାକୁ ମିଳୁଛି I ଗତ ରବିବାର ଦିନ ନଗର ଓ ବ୍ଲକ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଦଳ ପାଳନ କରିଛି ପ୍ରତିଷ୍ଠା ଦିବସ I ଏହି ଅବସରରେ ଘୁ.ଉଦୟଗିରି ଠାରେ ଆୟୋଜିତ ଉତ୍ସବରେ କିଛି ପୁରୁଖା ନେତାଙ୍କ ଦର୍ଶନ ମିଳିନ ଥିଲା I ବିଜୁ କଲ୍ୟାଣ ମଣ୍ଡପ ଠାରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକର ଓ ଏନଏସିର ଅନେକ ନେତା ଯୋଗ ଦେଇଥିଲେ I ହେଲେ ଦଳର କିଛି ପୁରୁଖା ନେତା ତଥା ପଦାଧିକାରୀ ଏହି ବୈଠକରେ ସାମିଲ ହୋଇନଥିବା ଦେଖାଯାଇଥିଲା I ୱାର୍ଡ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା କମିଟିର ବହୁ ନେତା ଯୋଗ ଦେଇ ଥିଲେ I ହେଲେ ଷ୍ଟେଜରେ ପୁର୍ବତ୍ତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷଙ୍କ ସମେତ ବହୁତ ନେତା ଅନୁପସ୍ଥିତ ରହି ଥିବା ଦେଖା ଦେଇ ଥିଲା I ସେହି ଭଳି ପୂର୍ବତନ ୱାର୍ଡ ମେମ୍ବର ନିରୋଜା ନାୟକ, କୁନିମା ପ୍ରଧାନ, ରମେଶ ବେହେରା, ଅନିଲ କୁମାର ଦଳବେହେରା ଏବଂ ସେମାନଙ୍କ ସମର୍ଥକ ମଧ୍ୟ କାର୍ଯ୍ୟକ୍ରମରୁ ବାଦ ପଡ଼ିଥିଲେ I ଏନେଇ ପୁର୍ବତ୍ତନ ଅଧକ୍ଷ ପି ସଞ୍ଜୀବ କୁମାର ପାତ୍ରଙ୍କୁ ପଚାରିବାରୁ ତାଙ୍କୁ ଡକାଯାଇନଥିବା ଏବଂ ଏହା ପଛର କାରଣ ଜାଣିନଥିବା କହିଛନ୍ତି I ଦଳକୁ ସଂଗଠିତ କରିବା ପାଇଁ ସେ ସବୁ ପ୍ରକାର ସହଯୋଗ କରୁଥିବା ବେଳେ ତାଙ୍କୁ କାର୍ଯ୍ୟକ୍ରମରୁ ବାଦ ଦେବା ନେଇ ସେ ପ୍ରକାଶ କରିଛନ୍ତି I ପରିବାରର ସଦସ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦେଇ ନିମନ୍ତ୍ରଣ କରା ଯାଏ ନାହିଁ I ପରିବାରର ସଦସ୍ୟ ଖବର ପାଇ ପହଞ୍ଚି ଯାନ୍ତି I ପୂର୍ବତନ ଅଧକ୍ଷ ଦଳର ଜଣେ ସଦସ୍ୟ, ସ୍ଵଇଚ୍ଛାରେ କାର୍ଯ୍ୟକ୍ରମ କ୍ରମ ହେଉ ଥିବା ସ୍ଥାନରେ ପହଞ୍ଚିବାର ଥିଲା ବୋଲି ଘୁ.ଉଦୟଗିରି ନଗର ବିଜେଡି ସଭାପତି ପ୍ରତିକ୍ରିୟା ଦେଇଛନ୍ତି I କିନ୍ତୁ ଏହି ଘଟଣା ସ୍ଥାନୀୟ ରାଜନୈତିକ ମହଲ ସାଧାରଣ ଭାବେ ଗ୍ରହଣ କରି ପାରୁନାହାନ୍ତି I