ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଭାବରେ ପାଳିତ ହୋଇଛି ବଡ଼ ଦିନ I ବଡ଼ଦିନ ପର୍ଵ ଉପଲକ୍ଷେ ଘୁ.ଉଦୟଗିରି ବ୍ଲକର କନାବାଗେରି ଉତ୍ତର ଭାରତ ମଣ୍ଡଳୀ, ନୂଆସାହି ବାପଟିଷ୍ଟ ଚର୍ଚ୍ଚ, ମାଲିକା ପଡ଼ି ମାତୃ ମଣ୍ଡଳୀ ଠାରେ କୋଭିଡ ଗାଇଡ଼ ଲାଇନ ଅନୁସାରେ ଦିନରେ ପ୍ରାର୍ଥନା ଓ ଉପାସନା ଅନୁଷ୍ଠିତ ହୋଇଥିଲା I 


ଏହି ଅବସରରେ କନାବାଗେରି ଉତ୍ତର ଭାରତ ମଣ୍ଡଳୀ, ନୂଆସାହି ଚର୍ଚ୍ଚ ଏବଂ ମାଲିକା ପଡ଼ି ଚର୍ଚ୍ଚରେ ବାଇବଲ ଧର୍ମଶାସ୍ତ୍ରରୁ ଉପସ୍ଥିତ ଖ୍ରୀଷ୍ଟିୟାନ ପ୍ରଚାରକ ପ୍ରଭୁ ଯୀଶୁଙ୍କ ଧରାଵତରଣ ସମ୍ପର୍କରେ ପ୍ରଚାର କରିବା ସାଙ୍ଗକୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା I ବଡ଼ଦିନ ପର୍ଵ ପାଳନ କୁ ଦୃଷ୍ଠିରେ ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଶସସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇ ଥିଲା I ଘୁ.ଉଦୟଗିରି ବ୍ଲକର କଳିଙ୍ଗିଆ, ସିରିକି, ରଟିଙ୍ଗିଆ, ଝିମାଙ୍ଗିଆ, ଗ୍ରେସିଙ୍ଗିଆ, ଟିଆଙ୍ଗିଆ, ରଟିଙ୍ଗିଆ, ନିଲୁଙ୍ଗିଆ ଇତ୍ୟାଦି ଅଞ୍ଚଳରେ ଆତି ଆନନ୍ଦ ଉଲ୍ଲାସର ସହ ଖ୍ରୀଷ୍ଟ ଧର୍ମାବଲମ୍ଭି ବଡ଼ ଦିନ ପାଳନ କରିଥିବାର ସୂଚନା ମିଳିଛି I
ସେହିପରି ଭାବରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ବଡ଼ଦିନ ପର୍ଵ ପାଳନ କରାଯାଇଛି I ଏହି ଥାନା ଅଞ୍ଚଳର ବ୍ରାହ୍ମଣୀଗାଁ ସମେତ ସିକେରମାହା, ସରାମୁଳୀ, ଗଦାପୁର, କାଟିଙ୍ଗିଆ କାଥଲିକ ଚର୍ଚ୍ଚ ସମେତ ସମସ୍ତ ମଣ୍ଡଳୀର ଚର୍ଚ୍ଚ ମାନଙ୍କରେ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ରାତ୍ରି ଉଜାଗର ଉପାସନା ସହ ଶନିବାର ବଡ଼ଦିନ ପର୍ଵକୁ ଉତ୍ସାହର ସହ ଶାନ୍ତି ଶୃଙ୍ଖଳା ରେ ପାଳନ କରିଥିବା ଜଣାପଡ଼ିଛି I
ବଡ଼ଦିନ ପାଳନ ଅବସରରେ ବ୍ରାହ୍ମଣୀ ଗାଁ ସ୍ଥିତ କାଥଲିକ ଚର୍ଚ୍ଚ ପକ୍ଷରୁ ରାତ୍ରି ଉଜାଗର ଉପାସନା କରାଯାଇଥିଲା ଚର୍ଚ୍ଚ ର ମୁଖ୍ୟ ଯାଜକ ରବି ସଭାସୁନ୍ଦର ପୌରହିତ୍ୟି କରିଥିବା ବେଳେ ଉପଯାଜକ ଜେରମ ନାୟକ ବାକ୍ୟ ପରିବେଷଣ କରିଥିଲେ I ବଡ଼ଦିନ ଉତ୍ସବରେ ବାଲିଗୁଡା ଚର୍ଚ୍ଚର ସହକାରୀ ଯାଜକ ରାଜୀବ ଲୋଚନ ବଳିଆର ସିଂ ପୌରହିତ୍ୟି କରିବା ସହ ବଡ଼ଦିନକୁ ଯୀଶୁଙ୍କ ଜନ୍ମ ଦିନ ଭାବେ ପାଳନ କରିବାର ମାହାତ୍ମ୍ୟ କୁ ନେଇ ବାକ୍ୟ ପରିବେଷଣ କରିଥିଲେ I ବଡ଼ଦିନ ପର୍ବ ପାଳନର ସମସ୍ତ ଆୟୋଜନ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମାରିଆନ ଉଠାନ ସିଂଙ୍କ ନେତୃତ୍ୱରେ ହୋଇଥିବା ବେଳେ ନିତିନ, ବୁବୁନ ,ସନ୍ଧ୍ୟା ଓ ଅଞ୍ଜନାଙ୍କ ସଙ୍ଗୀତ ଦଳ ଯଜ୍ଞରେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ I ଚର୍ଚ୍ଚ ର ସମସ୍ତ ସାଜ ସଜା ହୋଲିକ୍ରସ ସଙ୍ଘର ସେବଭଗ୍ନୀ ଲିଜା ନେତୃତ୍ୱରେ ଗ୍ରାମର ଯୁବକ ଯୁବତୀମାନେ ସହଯୋଗ କରିଥିଲେ। ସମ୍ପାଦକ ପ୍ରଶାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ସମସ୍ତ ଚର୍ଚ୍ଚ ଅଞ୍ଚଳରେ ଦିବାରାତ୍ର ପଇତରା ଦେବା ଆଇନ ଶୃଙ୍ଖଳା କଡ଼ାକଡ଼ି କରାଯାଇଥିବା ବେଳେ ଉପ ଆରକ୍ଷୀ ନିରୀକ୍ଷକ ନିରଞ୍ଜନ ପାଢ଼ୀ ଉପସ୍ଥିତ ରହି ତତ୍ୱାବଧାନ କରିଥିଲେ I