ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଘୁ.ଉଦୟଗିର ବିଜୁ ଜନତା ଦଳ ଏନଏସି ଓ ବ୍ଳକ ପକ୍ଷରୁ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳାରେ ଏନଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଓ ବ୍ଳକ ସଭାପତି ଲିଙ୍ଗରାଜ କହଁରଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ୨୬/୧୨/୨୦୨୧ ରିଖ ଦିନ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ I
ଏହି ପ୍ରସ୍ତୁତି ବୌଠକରେ ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ଦେଵନାଥ ଦଳବେହେରା, ନଗର ମହିଳା ସଭାନେତ୍ରୀ ଭାନୁ ପ୍ରଭା ମିଶ୍ର , ବିଜୟିନୀ ନାୟକ ବ୍ଳକ ସଭାନେତ୍ରୀ, ଅନିଲ କୁମାର ଦଲାବେହେରା (ଜିଲ୍ଲା ଯୁବ ସାଧାରଣ ସମ୍ପାଦକ), ସଚ୍ଚିଦାନନ୍ଦ ପ୍ରଧାନ, ମାଳିକାପଡି ସରପଞ୍ଚ, ଛଟନ ନାୟକ (ବିଜୁ ଛାତ୍ର ଜନତା ଦଳ ସଭାପତି) ଘୁ.ଉଦୟଗିରି, ଜମେଶ ଚନ୍ଦ୍ର ପ୍ରଧାନ (ଏମଏଲଏ ପ୍ରତିନିଧି) ଘୁ.ଉଦୟଗିରି, ରଞ୍ଜିତ କୁମାର ପ୍ରଧାନ ଜିଲ୍ଲା ଯୁବ ସଭାପତି, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲଙ୍କ ସମେତ ଅନ୍ୟ ସକ୍ରିୟ କର୍ମୀମାନେ ଉପସ୍ଥିତ ରହି ପ୍ରତିଷ୍ଠା ଦିବସ ସାଫଲ୍ୟ କରିବା ନିମନ୍ତେ ଆଲୋଚନା କରିଥିଲେ I