ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପ୍ରବଳ ଶୀତ ଯୋଗୁଁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡୁଛି I ବର୍ତମାନ ଘୁ.ଉଦୟଗିରି ଅଞ୍ଚଳରେ ପାରଦ ୪ ଡିଗ୍ରୀ ତଳେ ରହୁଛି I ସନ୍ଧ୍ୟାରୁ ସକାଳ ୧୦ ଘଂଟିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଧୁନୀ ଜାଳି ଲୋକେ ନିଆଁ ପୁଇଁ ଥିବା ଦେଖିବାକୁ ମିଳିଛି I ସେହିଭଳି ନିକଟସ୍ଥ ହିଲ ଭିୟୁ ପୋଏଣ୍ଟ “କାଲିଗାଡୁ” ଠାରେ ପାରଦ ୩ ଡିଗ୍ରୀ ତଳେ ରହୁଥିବା ଅଂଚଳ ବାସୀଙ୍କ ଠାରୁ ସୂଚନା ମିଳିବା ସହ ନିକଟସ୍ଥ ଜଳପ୍ରପାତ “ରାଜାଗାଡ଼ା” ର ମଧ୍ୟ ତାପମାତ୍ରା ସର୍ବନିମ୍ନ ୩ ଡିଗ୍ରୀ ରହୁଥିବା ଅଞ୍ଚଳ ବାସୀଙ୍କ ଠାରୁ ଜଣାପଡିଛି I 

ବର୍ତମାନ ଏହି ଅଞ୍ଚଳକୁ ରାଜ୍ୟ ତଥା ବାହାର ରାଜ୍ୟର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି I କିନ୍ତୁ ପର୍ଯ୍ୟଟକ ଙ୍କ ପ୍ରବଳ ଭିଡ଼ ଲାଗି ରହୁଥିଲେ ମଧ୍ୟ ପ୍ରଶାସନ ତଥା ପର୍ଯ୍ୟଟନ ବିଭାଗ ତରଫରୁ କୌଣସି ଅନୁସଙ୍ଗିକ ବ୍ୟବସ୍ଥା କରାଯାଉ ନାହିଁ I
ବହୁ ଦିନ ହେଲା ଘୁ.ଉଦୟଗିରି ବିଧାୟକ ତାଙ୍କ ହାତ ପାଣ୍ଠିରୁ ରାସ୍ତା ନିର୍ମାଣ ନିମନ୍ତେ ଅନୁଦାନ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି I ପର୍ଯ୍ୟଟକଙ୍କ ଆଗ୍ରହ ବଢୁଥିବା ବେଳେ ପ୍ରଶାସନର ଅନ୍ତରିକତା ନଥିବା ନିକଟସ୍ଥ ଗ୍ରାମବାସୀ ବିବେକାନନ୍ଦ ପ୍ରଧାନ,ଟିପୁସନ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ସାରଙ୍ଗଧର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ଦେବରାଜ ପ୍ରଧାନ, ଯାଦବ ପ୍ରଧାନ, ବଳରାମ ପ୍ରଧାନ, ଗନ୍ୟବର ପ୍ରଧାନ, ମାନ୍ୟବର ପ୍ରଧାନ, ବିଘ୍ନରାଜ ପ୍ରଧାନ ପ୍ରମୁଖ ଅଭିଯୋଗ ଆଣିଛନ୍ତି I