ଓଡ଼ିଶା ମିଲେଟ ମିଶନ ପକ୍ଷରୁ ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ହିଲଭିୟୁ ଠାରେ ଓଡ଼ିଶା ସରକାରଙ୍କ ମିଲେଟ ମିଶନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ପକ୍ଷରୁ ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ତତ୍ପାବଧାନରେ ଦୁଇଦିନିଆ ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଶୁଭ ଉଦଘାଟନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ, ସମ୍ମାନୀୟ ଅତିଥିଭାବେ ବ୍ଳକ କୃଷି ଅଧିକାରୀ ବୃନ୍ଦାବନ ବେହେରା, ସହକାରୀ କୃଷି ଅଧିକାରୀ କ୍ଷିତିଶବିଳାଶ ବେହେରା, ଉଦ୍ୟାନ ସହକାରୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ଏଟିଏମ ଅରୁଣ କୁମାର ପଟ୍ଟନାୟକ ଯୋଗଦେଇ ମିଲେଟ ମିଶନ ପ୍ରକଳ୍ପରେ କାର୍ଯ୍ୟ ଚାଲିଥିବା ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ସମ୍ପର୍କରେ ଆଲୋଚନା କରି ଜନସାଧାରଣଙ୍କୁ ସଚେତନ କରିଥିଲେ I ଏଥିରେ ବ୍ଲକ ଅଞ୍ଚଳର ଜନସାଧାରଣ ଓ ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକଙ୍କୁ ଖାଦ୍ୟ ମେଳାରେ ପୁଷ୍ଟିକର କ୍ଷୁଦ୍ରଶସ୍ୟ ଖାଦ୍ୟ ପ୍ରଦାନ କରିଥିଲେ I ଏହାକୁ ଗ୍ରହଣ କରିଥିବା ପର୍ଯ୍ୟଟକମାନେ ଖୁସି ଅନୁଭବ କରିବା ସହ ପ୍ରଶଂସା କରିଥିଲେ I ଏହି ଖାଦ୍ୟ ମେଳା ଆସନ୍ତା କାଲି ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ଓଡ଼ିଶା ମିଲେଟ ମିଶନ ପ୍ରକଳ୍ପର ସମସ୍ତ କର୍ମଚାରୀ ସହିତ ଜାଗୃତି ଅନୁଷ୍ଠାନର ସମସ୍ତ କର୍ମୀ ସହଯୋଗ କରି ସଫଳ କରିଛନ୍ତି I