କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ସ୍ତାନୀୟ ଜିଲ୍ଲା ଆଇଟିଡିଏ କନ ଫୋରେଏନସି ହଲ ଫୁଲବାଣୀ ଠାରେ କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୧ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷ ଦେଵ ମିଶ୍ର ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସାହିତ୍ୟକ ତଥା ପିଏ ଆଇଟିଡିଏ ରବୀନ୍ଦ୍ର ଦାସ ଯୋଗଦେଇ କରେନା ସମୟରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ସମୟରେ ସାମ୍ବାଦିକ ଭାଇ ମାନେ ଗ୍ରାମାଞ୍ଚଳ ଠାରୁ ଆରମ୍ଭକରି ସହରର ସୁବିଧା ଅସୁବିଧା ପ୍ରଶାସନ ନିକଟରେ ପହଂଚାଉ ଥିଲେ ନିଜ ଜୀବନକୁ ବାଜି ଲଗାଇ ବୋଲି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରତିନିଧି ତଥା ସାମ୍ବାଦିକ ବ୍ରଜ ବିହାରୀ ନନ୍ଦ ଯୋଗଦେଇ ଜଣେ ସାମ୍ବାଦିକର ମୂଳଭିତ୍ତି କଣ ସେ କିପରି ସମାଜରେ ନିର୍ଭୀକ ଭାବେ ଉତ୍ତମ କାର୍ଯ୍ୟ ତୁଲାଇବ ଉଚିତ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ଅନ୍ୟତମ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନା ଜଣେ ସାମ୍ବାଦିକର ମୁଖ୍ୟ କର୍ତଵ୍ୟ ହେଉଛି ସତ୍ୟକୁ ଉପସ୍ଥାପନ କରିବା ସହିତ ନିର୍ଭୀକ ନିରପେକ୍ଷ ଭାବରେ ସମାଜର କୋଣ ଅନୁକୋଣରେ ଘଟୁଥିବା ଖବର ପ୍ରକାଶ କରିବା ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହିତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅଧିକାଂଶ ସାମ୍ବାଦିକ ମାନେ ଯୋଗଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଫୋରମ ସମ୍ପଦକ ସୂର୍ଯ୍ୟ ନାରାୟଣ ବେହେରା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଅଶୋକ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।