ଘୁ.ଉଦୟଗିରି ଓ ବାଲିଗୁଡ଼ାରେ କଂଗ୍ରେସର ବନ୍ଦର ପ୍ରଭାବ….

ଅନୁସନ୍ଧାନ ଭାରତ(ବ୍ୟୁର): ଜାତୀୟ କଂଗ୍ରେସର ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି I କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା, ଘୁ.ଉଦୟଗିରି ସହରରେ ଗାଡି ଚଳାଚଳ ବନ୍ଦ ରହି ଥିବା ଦେଖିବାକୁ ମିଳିଛି I ବନ୍ଦର ପ୍ରଭାବରେ ଘୁ.ଉଦୟଗିରି ସହରରେ ଚାରିଚକିଆ ଜାନ, ଅଟୋ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହି ଥିଲା I ଗତକାଲି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଡାକବାଜି ଯନ୍ତ୍ର ମଧ୍ୟମରେ ପ୍ରଚାର କରାଯାଇ ଥିଲା I ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ବନ୍ଦକୁ ସମର୍ଥନ କରିବା ପାଇଁ ଅନୁରୋଧ କରାଯାଇ ଥିଲା I ଘୁ.ଉଦାୟଗିରି କଂଗ୍ରେସ କର୍ମୀଙ୍କ ଦ୍ୱାରା ପିକେଟିଂ କରାଯାଇନ ଥିଲେ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇ ଘୁ.ଉଦୟଗିତି ସହରର ଦୋକାନ ବଜାର ବନ୍ଦ ରହିଥିବାର ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି I

csp

ମାନ୍ୟବର କୋର୍ଟଙ୍କ ରାୟକୁ ସନମାନ ଜଣାଇ ଘୁ.ଉଦୟଗିରି କିଂଗ୍ରେସ ପକ୍ଷରୁ ଜନସାଧାରଣଙ୍କ ସମର୍ଥନ ପାଇଁ କେବଳ ଅନୁରୋଧ କରଯାଇ ଥିଲା I ଯାହାକୁ ସମର୍ଥନ ଜଣାଇ ଘୁ.ଉଦୟଗିରି ସହରର ଦୋକାନ ବଜାର ବନ୍ଦ ରହିଥିଲା I ସେହି ପରି ଭାବରେ ବାଲିଗୁଡ଼ା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବାଲିଗୁଡାରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରି ଥିଲେ l ବାଲିଗୁଡାରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣେଇଛନ୍ତି ସ୍ଥାନୀୟ ଲୋକେ ବି କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି I କିନ୍ତୁ ବାଲିଗୁଡା ବଣିକ ସଂଘ ସମର୍ଥନ ଜଣାଇ ନଥିବା ଦେଖିବାକୁ ମିଳିଛି I ବାଲିଗୁଡାରେ ବସ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି l କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ଉପୁଜିନାହିଁ l କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରୁଥିବା ଦେଖିବାକୁ ମିଳିଛି l ଉକ୍ତ କାର୍ଯ୍ୟରେ କଂଗ୍ରେସ ବ୍ଲକ ସଭାପତି ଆଇବର ନାୟକ, ନଗର ସଭାପତି ସ୍ବପ୍ନେଶ୍ୱର ସାହୁ , ବରିଷ୍ଠ କଂଗ୍ରେସ ନେତା ଦଣ୍ଡପାଣି ନାୟକ, ପରଂପଙ୍ଗା ସରପଞ୍ଚ , ଅରୁଣ କୁମାର ନାୟକ , ସୁଧର ନାୟକ, ପିଣ୍ଟୁ ଆଚାର୍ଯ୍ୟ ଓ ବହି କଂଗ୍ରେସ କର୍ମୀ ଯୋଗଦେଇ ବନ୍ଦ ଡାକରାକୁ ସଫଳ କରିବା ଦେଖିବାର ମିଳିଛି I ମଟର ସାଇକେଲ ସହର ପରିକ୍ରମା କରି ଶାନ୍ତି ଶୃଙ୍ଖଳା ରକ୍ଷା କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହାର କିଛି ପ୍ରଭାବ ତୁମୁଡିବନ୍ଧ ଓ କୋଟଗଡ଼ ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି I