ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡ଼ିବନ୍ଧ ବ୍ଲକରେ ପ୍ରତ୍ୟକ ବର୍ଷ ମାଣ୍ଡିଆ, କୁଇରୀ, କାଙ୍ଗୁ, କୋଦ ଆଦି ଫସଲ ଚାଷ କରିଥାନ୍ତି ଚାଷୀ I ଚଳିତ ବର୍ଷରେ ବର୍ଷା ଅଭାବରୁ ଚାଷି ଉତ୍ତମ ଭାବରେ ଚାଷ କରି ପାରି ନାହାନ୍ତି l ଯେଉଁ ଚାଷୀମାନେ ଚାଷ କରିଥିଲେ ସେମାନଙ୍କର ଫସଲ ନଷ୍ଟ ହୋଇ ଯାଇଛି I ସେହି ସ୍ଥାନକୁ ରାୟଗଡା ଏବଂ ତୁମୁଡ଼ିବନ୍ଧ ନିର୍ମାଣ ଅନୁଷ୍ଠାନର କର୍ମଚାରି ମିଳିତ ଭାବେ ତୁମୁଡ଼ିବନ୍ଧ ପଞ୍ଚାୟତ ଶରଧାପୁର, ଡ଼ଡ଼ଙ୍ଗ, ଭାଲିଆପାଣି, ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ସୁନାଗାଁ ଗ୍ରାମର ଚାଷିଙ୍କ ସହ ଆଲୋଚନା କରିବା ନିମନ୍ତେ ସଭା ସ୍ଥାନକୁ ଯାଇଥିଲେ I ଏଥିରେ ମୁଖ୍ୟ ଅଥିତି ଭାବେ ନିର୍ମାଣ ଅନୁଷ୍ଠାନର ପ୍ରୋଜେକ୍ଟ କଡ଼ିନେଟର ସ୍ୱପ୍ନାରାଣୀ ମହାରଣା, ସି.ଇ.ଓ ହିରୋଜ ମହାନନ୍ଦ (CRP-ଅମିତି ନାୟକ, ରାଜୀବ ପାତ୍ର, ଜାନକୀ ବି. ସିଂଙ୍କ ଉପସ୍ଥିତି ରେ ରାୟଗଡା ଜିଲ୍ଲା କାଶୀପୁର ଗ୍ରାମର SHG ଗ୍ରୁପ ଓ ତୁମୁଡିବନ୍ଧ ବ୍ଲକର ଶରଧାପୁର SHG ଗ୍ରୁପ ମୁଣ୍ଡିଗୁଡ଼ ପଞ୍ଚାୟତ ସୁନାଗାଁ ଠାରେ SHG ଗ୍ରୁପର ମହିଳାମାନେ ଏକତ୍ରିତ ହୋଇ ମାଣ୍ଡିଆ ଫସଲ ଉପ୍ତାଦନ ପ୍ରଣାଳୀ ବିଷୟରେ ଉଭୟ ଆଲୋଚନା କରିଥିଲେ l