ଆଲୋକମାଳରେ ସଜେଇ ହୋଇଛି ଘୁ.ଉଦୟଗିରି ବାଳିକା ଉଚ୍ଚବିଦ୍ୟାଳୟ…

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା କାଲି ସ୍ମାର୍ଟ ସ୍କୁଲ ଭାବେ ସଜେଇ ହେଉ ଥିବା ଘୁ.ଉଦୟଗିରି ବାଳିକା ଉଚ୍ଚବିଦ୍ୟାଳୟକୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଘୁ.ଉଦୟଗିରି ବାଳିକା ଉଚ୍ଚ ବିଦ୍ୟାଳୟର କିଛି ଛାତ୍ରୀ ଏବଂ ଶିକ୍ଷକ ଫୁଲବାଣୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡ଼ିଓ କନଫରେନସିଂ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I

csp

ଯାହା ପାଇଁ ଆଲୋକ ମାଳାରେ ସଜେଇ ହୋଇଛି ବାଳିକା ଉଚ୍ଚ ବିଦ୍ୟାଳୟ I ବିଭିନ୍ନ ରଙ୍ଗ ବେରଙ୍ଗ ବିଦ୍ୟୁତ ଆଲୋକରେ ଝଲସି ଉଠିଛି ବିଦ୍ୟାଳୟ I ସ୍ମାର୍ଟ ସ୍କୁଲ ହେବା ପରେ ଶୁଦ୍ଧ ପାନୀୟ ଜଳ, ସ୍ମାର୍ଟ କ୍ଲାସ, ଲାଇବ୍ରେରୀ, ଉନ୍ନତମାନର ଟଏଲେଟ, ବାଥରୁମର ଏବଂ ବିଭିନ୍ନ ଉନ୍ନତମାନର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଛି I ବିଦ୍ୟାଳୟ ଚତୁଃପାଶ୍ୱର୍ରେ ମାର୍ବଲ, ବିଭିନ୍ନ ପ୍ରକାର ଫୁଲଗଛ ଏବଂ ବିଦ୍ୟାଳୟ ପ୍ରଚେରୀରେ ବିଭିନ୍ନ ସଚେତନ ମୂଳକ ବାର୍ତ୍ତା ଚିତ୍ରାମାଧ୍ୟମରେ ପ୍ରଦାନ କରିବା ନିମନ୍ତେ ସୁନ୍ଦର ୱାଲପେଣ୍ଟ ମଧ୍ୟ କରାଯାଇଛି I ଯାହାକି ସମସ୍ତଙ୍କୁ ଅକର୍ଷିତ କରୁ ଥିବାର ଦେଖା ଦେଇଛି I ସରକାରଙ୍କ ଏହି ପଦକ୍ଷେପକୁ ଅଞ୍ଚଳବାସୀ ଏବଂ ଅଭିଭାବକ ବେଶ ପ୍ରଶଂସା କରିଛନ୍ତି I