ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଏବଂ ସିମନବାଡି ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ହୋଇଛି I ଯାହା ପାଇଁ ବିଭିନ୍ନ ସ୍ଥାନରେ ଗଛ ପଡିବା ଦ୍ଵାରା ବିଦ୍ୟୁତ ଖମ୍ବ ଭାଙ୍ଗିବା ଦେଖିବାକୁ ମିଳିଛି I
![csp](http://anusandhanbharat.com/wp-content/uploads/2021/09/csp.jpg)
ବିଦ୍ୟୁତ ପୋଲ ଭାଙ୍ଗିବା ଦ୍ୱାରା ସମଗ୍ର ବାଲିଗୁଡା ସହର ଅନ୍ଧକାର ମୟ ହୋଇଥିବାରୁ ଅଞ୍ଚଳ ବାସୀ ଅସୁବିଧାରେ ସମ୍ମୁଖିନ ହୋଇ ଥିଲେ I ୱାର୍ଡ ୩ ମୁଣ୍ଡାସାହିର ବାସୀନ୍ଧା ପିତାମ୍ବର ନାୟକଙ୍କ ଘରର ଛପର ଉଡିଯାଇଥିଲା I ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧୀମାନେ ସେଠାରେ ପହଞ୍ଚିଥିଲେ। ଘଟଣା ସ୍ଥଳରୁ ବାଳିଗୁଡା ସ୍ଥାନୀୟ ତହସିଲଦାଙ୍କ ସହ ଫୋନ ମଧ୍ୟରେ ଯୋଗାଯୋଗ କାରିଥିଲେ I ତସିଲଦାର ପିତାମ୍ବର ନାୟକଙ୍କୁ ପାଲ ପ୍ରଦାନ କରିଥିଲେ I ସେହି ପରି ଘୁ.ଉଦୟଗିରି ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ଏବଂ ପବନ ହୋଇଥିଲା I ଯାହାପାଇଁ ଘୁ.ଉଦୟଗିରିକୁ ଗତକାଲି ଅପରାହ୍ନ ଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ହୋଇ ଥିଲା I ସମଗ୍ର ଅଂଚଳ ଅନ୍ଧକାର ମୟ ହୋଇ ଥିଲା I