ଗଦଗୁଡା ଗ୍ରାମରେ ଜିଲ୍ଲା ପାରମ୍ପରିକ ଲୋକକଳା ମହୋତ୍ସବ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ ଗଦଗୁଡା ଗ୍ରାମରେ ଜିଲ୍ଲା ପାରମ୍ପରିକ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I

csp

ଏହି କାର୍ଯ୍ୟକ୍ରମରେ ଜନବିକାଶ କ.ନୂଆଗାଁ ଅନୁଷ୍ଠାନର ନିର୍ଦ୍ଦେଶକ ଫା.ମଦନ ସୁଆଲସିଂ, ସହ ନିର୍ଦେଶକ ଟି.ଫ୍ରାଂସିସ କହଁର, ଲଷ୍ମୀଧର ସାହୁ ରାଜ୍ୟ ଅଧକ୍ଷ ଲୋକକଳାର ସଂଘ, ଓଡିଶା, ଘୁ,ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ପ୍ରଭାତ ରଞ୍ଜନ ବିଶ୍ୱାଳ (ପୂର୍ବତନ ବିଧାୟକ ଚୌଦ୍ୱାର କଟକ), ଜିଲ୍ଲା ଲୋକକଲକାର ସଭାପତି ଅକ୍ଷୟ କୁମାର କର୍ଣ ଓ ବିଶିଷ୍ଟ ସଂଗୀତଜ୍ଞ ଏବଂ ସମାଜସେବୀ ସାରଦା ଚରଣ ବଳିଆରସିଂ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ I ଏହି ମୋହସ୍ଥବରେ ୪୭ଟି ପାରମ୍ପାରିକ ନାଚଦଳକୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ I ଜିଲ୍ଲାର ଲୋକ କଲା, ପରମ୍ପରା ଓ ଭାଷା କିପରି ସବୁବେଳେ ଜୀବିତ ହୋଇ ରହିବ ତାହା ସରକାରଙ୍କୁ ଧ୍ୟାନ ଦେବାକୁ ପଡିବ ବୋଲି ଅତିଥିମାନେ କହିଥିଲେ I କଳାକାରମାନଙ୍କୁ ଭତା କିଭଳି ମିଳିବ ତାହା ମଧ୍ୟ ଆଲୋଚନା କରାଯାଇଥିଲ I ଅତିଥି ପରଚୟ ସମାଜସେବୀ ସଦାନନ୍ଦ ପରସେଟ କରିଥିଲେ I ମଞ୍ଚ ପରିଚାଳନା ପ୍ରତିଭା ପ୍ରଧାନ ଓ ସଦାନନ୍ଦ ପରାସେଠ କରିଥିଲେ I ଏହା ସହ ସଦାନନ୍ଦ ପରାସେଠ ସମସ୍ତଙ୍କୁ ଧନ୍ୟବାଦ ଦେବା ସାହୁତ ମହୋତ୍ସବକୁ ସାଙ୍ଗ କରିଥିଲେ I