ପଞ୍ଚାୟତ ହାଇସ୍କୁଲରେ ଅବସରକାଳୀନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ପରିସରରେ ଅବସରକାଳୀନ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଡିଓ ସତ୍ୟନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ, ଗୋଲକ ପଟ୍ଟନାୟକ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଭମ ସାହୁଙ୍କ ସହ ବହୁ ବୁଦ୍ଧିଜୀବୀ ଶିକ୍ଷାବିତ ଉପସ୍ଥିତ ରହି ଏହି ଉତ୍ସବରେ ନିଜ ନିଜର ବହୁମୂଲ୍ୟ ବାଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନଙ୍ଗୁଳି ଚରଣ ପ୍ରଧାନ ଦୀର୍ଘ ବର୍ଷ ନିଜ ଶିକ୍ଷାଦାନ କରି ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିଥିଲେ l ସେ ବର୍ତମାନ ନିଜ ଚାକିରୀ ଜୀବନରୁ ଅବସର ନେବା ସମସ୍ତ ଛାତ୍ରଛାତ୍ରୀ ଏବଂ ସହକର୍ମୀଙ୍କ ପାଇଁ ଦୁଖଦାୟକ ସମୟ ଥିଲେ ମଧ୍ୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନର ସହ ସମ୍ବର୍ଦ୍ଧିତ କରି ଆନନ୍ଦର ସହକାରେ ବିଦାୟ ଦେଇଥିଲେ । ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ଏକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମନୋଜ ତ୍ରିପାଠୀ ଉତ୍ସବ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।