ବନପାଳ ପ୍ରଶିକ୍ଷଣ କେନ୍ଦ୍ରରେ ୭୭ ତମ ବନମହୋତ୍ସବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ଥିବା ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ସ୍ଥାନୀୟ ଜେଏମଏଫସି କୋର୍ଟ ଏବଂ ବନବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଦିନ  ବୃକ୍ଷରୋପଣ ଦ୍ୱାରା ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସିନିଅର ସିଭିଲ କୋର୍ଟ ମାଜିଷ୍ଟ୍ରେଟ ସୁଶ୍ରୀ ଦୀପା ଦାସ, ଜେଏମଏଫସି କୋର୍ଟ ମାଜିଷ୍ଟ୍ରେଟ ଶ୍ରୀମତୀ ପ୍ରଣତି ପଟେଲ ଯୋଗ ଦେଇ ପ୍ରଥମେ ବୃକ୍ଷ ଚାରା ଏବଂ ମାଟି ମାଁଙ୍କୁ ପୂଜା କରି ବୃକ୍ଷରୋପଣ କରିଥିଲେ | ବନପାଳ ପ୍ରଶିକ୍ଷଣ କେନ୍ଦ୍ର ଡିସିଏଫ ଆଶିଷ କୁମାର ବେହେରା, ଏସିଏଫ କାଜୋଲ କୁମାରୀ ନାୟକ, ଏସିଏଫ କଳ୍ପନା ନାୟକ, ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ, ଫରେଷ୍ଟର ରଶ୍ମିତା ବକ୍ସି, ଫରେଷ୍ଟର ଶଙ୍କର ପଣ୍ଡା, ଫରେଷ୍ଟ ଗାର୍ଡ ମନୋଜ କୁମାର ମହାପାତ୍ରଙ୍କ ସହ ଅନ୍ୟ କର୍ମଚାରୀ ତଥା ପ୍ରଶିକ୍ଷଣ ନେଉଥିବା ବନପାଳ ପ୍ରଶିକ୍ଷାତ୍ରୀ ଉପସ୍ଥିତ ରହି ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ କରିଥିଲେ । ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ବନପାଳ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ୧୦୦ରୁ ଉର୍ଦ୍ଧ ବିଭିନ୍ନ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯାଇଥିବା ମୂଲ୍ୟବାନ ବୃକ୍ଷ ଚାରା ଗୁଡ଼ିକର ଯତ୍ନ ନେବା ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଡିସିଏଫ ସମସ୍ତଙ୍କୁ କହିଥିଲେ |ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଜେଏମଏଫସି କୋର୍ଟ ଏବଂ ବନପାଳ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ ।