ଅଲିମାହା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା….

ଦାରିଙ୍ଗବାଡି(ଅଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଅଲିମାହା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗୁମୀକିଆ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ଓ  ସଦସ୍ୟଙ୍କ ପକ୍ଷରୁ ଏକ ବିଦାୟ କାଳିନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କଳ୍ପନା  ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଏକ ଭବ୍ୟ ସମାରୋହରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କୁ ମାନପତ୍ର ସହିତ୍ ଉପଢୋକନ ପ୍ରଦାନ କରାଯାଇ ତାଙ୍କୁ ବିଦାୟ କାଳିନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତାଙ୍କର ବାକିତକ ଜୀବନ ସୁସ୍ଥ, ନିରୋଗ ଓ ଦୀର୍ଘାୟୁ ଜୀବନ କାମନା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସୁରଥ କୁମାର ପ୍ରଧାନ ପରିଚାଲନା କରିଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି  ଇନ୍ଦ୍ରମଣି ପ୍ରଧାନ, ଶିକ୍ଷକ ସିମନ ପ୍ରଧାନଙ୍କ ସମେତ ଗୁମିକିଆ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଥିଲେ l ଶେଷରେ ସାନୁଙ୍ଗା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l