କିଶୋରୀ ବାଳିକାଙ୍କ ଯୌନ ଅପରାଧ ଓ ପୋସ୍କ ଆଇନ ୨୦୧୨ ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ):  ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଉଲି ପଦର ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦାରିଙ୍ଗବାଡି  ପକ୍ଷରୁ କିଶୋରୀ ବାଳିକାଙ୍କ ଗର୍ଭ ଧାରଣର କୁପ୍ରଭାବ ଓ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ପାଇଁ ଯୌନ ପ୍ରତିରୋଧ ଆଇନ (POCSO act -2012 ) ସମ୍ପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି  କାର୍ଯ୍ୟକ୍ରମରେ ବ୍ଲକ ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱବଧାନରେ, ସମ୍ମାନିତ ଅତିଥି ଭାବେ ବ୍ଲକ ମଙ୍ଗଳ ଅଧିକାରୀ ବିଶ୍ୱଜିତ ଜାଲି, ବ୍ରାହ୍ମଣୀଗାଁ ଥାନା ଉପ ଆରକ୍ଷୀ ଅଧିକାରୀ ଭୋଳାନାଥ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରଶିକ୍ଷକ ସମୀର ଦିଗାଲ ଓ ପ୍ରତାପ ରଣା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧିର ପ୍ରଧାନ ଓ ବ୍ରାହ୍ମଣୀଗାଁ ଅଙ୍ଗନୱାଡି ସୁପର୍ ଭାଇଜର  ବାସନ୍ତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ମାନେ କିଶୋରୀମାନଙ୍କୁ ଶିକ୍ଷାର ଗୁରୁତ୍ୱ, ସ୍ୱାସ୍ଥ୍ୟ ସଚେତନତା ଓ ଆତ୍ମ ସୁରକ୍ଷା ବିଷୟରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ସେହିପରି ଥାନା ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଭୋଳାନାଥ ପଣ୍ଡା POCSO ଆଇନ ୨୦୧୨ ଅନୁଯାୟୀ ଶିଶୁଙ୍କ ଅଧିକାର, ଯୌନ ଅପରାଧ ପ୍ରତି ଆଇନଗତ ବ୍ୟବସ୍ଥା ଓ ଦଣ୍ଡ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀମାନେ, ଅଙ୍ଗନୱାଡି କର୍ମୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଭାଗ ନେଇଥିଲେ । ଶେଷରେ ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସଭିଏଁ ସପଥ ନେଇଥିଲେ ।