ଉତ୍ତର ଘୁମୁସର ବନଖଣ୍ଡରୁ ପୁରୀ ଗଲା ରଥ କାଠ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ଓ ଗାଙ୍ଗପୁର ସେକ୍ସନରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି । ଉକ୍ତ ସମସ୍ତ କାଠ ଲୋକେ ଦାନ କରିଥିଲେ । ବନ ବିଭାଗ ଅଧିକାରୀ ଏଥିରେ ସହଯୋଗ କରିଥିଲେ । ରଥ କାଠ ଯିବା ସମୟରେ ଲୋକେ ରାସ୍ତାକଡ଼ରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଦିଲ୍ଲୀପ ଦାସ, ବନରକ୍ଷୀ ବୁଲୁ ନାଇକ, ପିକିନା ସାହୁ, ଅର୍ଚ୍ଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ପୁର୍ବରୁ ଏହି ବନଖଣ୍ଡରୁ ଚଳିତ ବର୍ଷ ପୁରୀ ରଥଯାତ୍ରା ନିମନ୍ତେ ର୍ନିମାଣ ହେଉଥିବା ରଥ ପାଇଁ ୩ ଥର କାଠ ପୁରୀକୁ ପଠାଗଲାଣି ।