ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡଗୁଡ଼ା ଗ୍ରାମ ଗ୍ରସ୍ତ କରିଛନ୍ତି ବିଧାୟକ ରୁପେଶ ପାଣିଗ୍ରାହୀ l କିଛିଦିନ ତଳେ ବଡଗୁଡ଼ା ଗ୍ରାମର ସମସ୍ତ ଅଧିବାସୀ ଏକତ୍ର କୋଇ ନିଜସ୍ଵ ଇଚ୍ଛାରେ ଆଜି ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ବିଜେଡ଼ିରେ ସାମିଲ ହୋଇଥିଲେ l ସେହି ଦିନ ହିଁ ବିଧାୟକ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ କି ବଡ଼ଗୁଡ଼ା ଗ୍ରାମର ବିକାଶ ଦାୟିତ୍ଵ ନିଜେ ନେଇ ସମସ୍ତ କାର୍ଯ୍ୟ କରିବେ l ସେହି ପ୍ରତିଶ୍ରୁତି ନେଇ ଆଜି ବିଧାୟକ ଉକ୍ତ ଗ୍ରାମକୁ ଗ୍ରସ୍ତ କରିଥିଲେ l ଶତାଧିକ ଗ୍ରାମ ବାସି ବିଧାୟକଙ୍କୁ ଗାଁ ମୁଁହ ଠାରୁ ଭବ୍ୟ ସ୍ଵାଗତ ଜଣାଇ ଗାଁରେ ଥିବା ଚର୍ଚ୍ଚକୁ ସସମ୍ମାନରେ ପାଛୋଟି ନେଇଥିଲେ । ପରେ ଚର୍ଚ୍ଚ ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଗ୍ରାମ ମୁଁହ ପାହାଡ ଶିଖରରେ ନିର୍ମାଣ ହେଉଥିବା ପ୍ରଭୁ ଯିଶୁଙ୍କ ପ୍ରତିମୂର୍ତ୍ତି ଓ ଚର୍ଚ୍ଚ ନିର୍ମାଣ ପାଇଁ ପ୍ରଥମେ 3 ଲକ୍ଷ ଟଙ୍କା ଦେବେ ବଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି l ଆଗାମୀ ଦିନରେ ଗ୍ରାମର ଉନ୍ନତି ପାଇଁ ଯାହାବି ଦରକାର ପଡିବ ନିଶ୍ଚିତ ସହୋଯୋଗ କରିବି ବଲି ବିଧାୟକ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l