ଅନୁସନ୍ଧାନ ଭାରତ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଶାନ୍ତିଝର ସ୍ଥିତ ହନୁମାନ ବାଟିକା ଠାରେ ଆସନ୍ତା ଜାନୁୟାରୀ ମାସ 22 ତାରିଖ ଠାରୁ 25 ତାରିଖ ଚାରି ଦିନ ଧରି ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କ 36 ଫୁଟ ଉଚ୍ଚତା ବିଶିଷ୍ଟ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଚାରିଦିନ ଧରି ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅର୍ଣ ଯଜ୍ଞ ଅନୁଷ୍ଠିତ ହେବ । ଏହି ବିଶ୍ୱଶାନ୍ତି ମହାଯଜ୍ଞକୁ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ କରାଇବା ପାଇଁ ଏକ ବୈଠକ ଧରାକୋଟ ବଡ଼ଦାଣ୍ଡ ସାହିରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀ ଓ ଉପସଭାପତି ରବୀନ୍ଦ୍ର ଘୋଷଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରି ସଭାପତି ଭାବରେ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଉପ-ସଭାପତି ଭାବେ ଅଶୋକ କୁମାର ଗୌଡ଼, ବିପିନ ବିହାରୀ ଶତପଥୀ, ମୀନ କେତନ ସ୍ୱାଇଁ, ସଧାରଣ ସମ୍ପାଦକ ଭାବରେ ନବଘନ ଭଞ୍ଜ, ହିମାଂଶୁ ଶେଖର ସ୍ୱାଇଁ, ୟୁ ପାପା ରାଓ, ଗଗନ ବିହାରୀ ସ୍ୱାଇଁ, ଶିବ ରାମ ବାରିକ, ସୁଶାନ୍ତ କୁମାର ବେହେରା ଶରତ ରାଜ, ବିଷ୍ଣୁ କେଶରୀ ଆଚାର୍ଯ୍ୟ, ଓ ପରିଚାଳନା ମୁଖ୍ୟ ଭାବରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ l