ଘୁ.ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିଠାରେ ଭୀମ ଆର୍ମି ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି । ଭୀମ ଆର୍ମିର ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପ୍ରଥମେ ଘୁ.ଉଦୟଗିରି ବନ୍ଧଛକ ସ୍ଥିତ ବୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରାଯାଇ ସହର ପରିକ୍ରମା କରାଯାଇଥିଲା । ଗାନ୍ଧୀ ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପୋଷ୍ଟ ଅଫିସ ଛକଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡାକ୍ତର ଭୀମରାଓ ଆମ୍ବେଦକରଙ୍କ ଜୀବନୀ, ଅବଦାନ ଓ ସମ୍ବିଧାନର ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭୀମ ଆର୍ମିର ସମ୍ପାଦକ ହନକ ଦିଗାଲ, କୋଷାଧ୍ୟକ୍ଷ ସଞ୍ଜୀବ ଦିଗାଲ, ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ, ୮ ନମ୍ବର ଏନ୍‌ଏସି ୱାର୍ଡର କାଉନସିଲର ଜାକେଶ କୁମାର ପ୍ରଧାନ, ସାମ୍ବାଦିକ ଗଗନ କୁମାର ପ୍ରଧାନ, ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ, ଟାର୍ଜନ  ସାହୁ ଓ ରାଇକିଆର ସୁଶୀଲ ଦିଗାଲଙ୍କ ସମେତ ଅନେକ କର୍ମୀ, ଏମ୍‌ଏମ୍‌ସିଟିଏଚ୍‌ ନର୍ସିଂ କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଗ୍ରେସିଙ୍ଗିଆ ଛକଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଆମନ ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଉମେଶ ପ୍ରଧାନ, ଫିରୋଜ ଦିଗାଲଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଗ୍ରେସିଙ୍ଗିଆ ପଞ୍ଚାୟତରେ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ ମଧ୍ୟ ସମ୍ବିଧାନ ଦିବସ ପାଳିତ ହୋଇଥିଲା । ଏଥିରେ ପିଇଓ ନନ୍ଦୀରଥ ଦିଗାଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ।