ଭଞ୍ଜନଗର(ନିଲୁ ବିଷୋୟୀ): ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ଲାଇବ୍ରେରୀ ହଲ୍ଠାରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ବିଧାନର ମହତ୍ତ୍ୱ, ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଶେଖ୍ ମହମ୍ମଦ କଏସ ସମ୍ବିଧାନର ସୁରକ୍ଷା ଓ ଦେଶର ସ୍ୱାର୍ଥ ରକ୍ଷା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି କହିଥିଲେ । ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସମ୍ବିଧାନକୁ ଭାରତୀୟ ଗଣତନ୍ତ୍ର, ଆଇନର ଶାସନ ଓ ସମାନତାର ମୂଳ ଆଧାର ଭାବେ ବର୍ଣ୍ଣନା କରି ‘ରାଷ୍ଟ୍ର ପ୍ରଥମ’ ଭାବନାକୁ ଆପଣାଇବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସିନିୟର ସିଭିଲ ଜଜ୍ ଦେବାଶିଷ ବିଶୋଇ, ମାଜିଷ୍ଟ୍ରେଟ୍ ସୌମ୍ୟ ରଞ୍ଜନ ପୃଷ୍ଟି ଓ ଭିୟେନା ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, ଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅଳକା ମଞ୍ଜରୀ ପଟ୍ଟନାୟକ, ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଧୀରେନ୍ ସ୍ୱାଇଁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଅଳକା ମଞ୍ଜରୀ ପଟ୍ଟନାୟକ ସଭା ସଂଯୋଜନା କରିଥିବା ବେଳେ ଧୀରେନ୍ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।