ହିଞ୍ଜିଳିକାଟୁ(ରାକେଶ ପାଢ଼ୀ): ଦେଶରେ ୧୯୪୯ ନଭେମ୍ବର ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା । ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷୀରେ ହିଞ୍ଜିଳିକାଟୁ ଦେୱାନି ଓ ଫୌଜଦାରି ହିଞ୍ଜିଳିକାଟୁ କୋର୍ଟ ପରିସରରେ ଆୟୋଜିତ ହୋଇଛି ଶପଥ ସମାରୋହ । ସମାରୋହରେ ଶପଥ ନେଇଛନ୍ତି ବିଚାରପତିଙ୍କ ଠାରୁ ଆରମ୍ବ କରି ସମସ୍ତ ଓକିଲ ଏବଂ କର୍ମଚାରୀ । ବରିଷ୍ଠ ଦେୱାନୀ ବିଚାରପତି ସୁଶ୍ରୀ ସଙ୍ଗୀତା ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବନଜା ମହାନ୍ତି ଯୋଗଦେଇ ସମ୍ବିଧାନ ଦିବସ ଏବଂ ଏହାର ତାତ୍ପର୍ଯ୍ୟ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ କିରାଣୀ ଡି ସୀମାଞ୍ଚଳ, ବରିଷ୍ଠ ଆଇନଜୀବି ନିର୍ମଳ ସାହୁ, ନୃସିଂହ ପ୍ରସାଦ ପଟ୍ଟନାୟକ, ସଂସ୍କାର ପଟ୍ଟନାୟକ, ସରକାରୀ ଓକିଲ ପ୍ରଭାତ ସାହୁ, ଦେବବ୍ରତ ପଟ୍ଟନାୟକଙ୍କ ସମେତ ଅଦାଲତର କର୍ମଚାରିମାନେ ଉପସ୍ଥିତ ଥିଲେ ।