ଭଞ୍ଜନଗର ଆଇନଜୀବୀ ରାମକୃଷ୍ଣ ଦାସ ନୋଟାରୀ ଭାବେ ନିଯୁକ୍ତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର କୋର୍ଟର କାର୍ଯ୍ୟରତ ଆଇନଜୀବୀ ରାମକୃଷ୍ଣ ଦାସଙ୍କୁ ନୋଟାରୀ ଭାବେ ନିଯୁକ୍ତି ମିଳିଛି । ସେ କୁଲାଡ଼ ନିବାସୀ ହୋଇଥିବା ବେଳେ ଦୀର୍ଘବର୍ଷ ଧରି ଭଞ୍ଜନଗର କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୋଟାରୀ ନିଯୁକ୍ତି ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ନୋଟାରୀ ଭାବେ ସେ ସତ୍ୟପାଠ, ଚୁକ୍ତିନାମା ଓ ବିଭିନ୍ନ ଆଇନଗତ ଦସ୍ତାବିଜର ସତ୍ୟାପନ ଓ ପ୍ରମାଣୀକରଣ କରିପାରିବେ । ତାଙ୍କର ଏହି ନିଯୁକ୍ତି ପରେ ଭଞ୍ଜନଗର ଓକିଲ ସଂଘର ସଦସ୍ୟଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।