ଗଜପତି ଜିଲ୍ଲାର ମୋହନାରେ ଭୀମ ଆର୍ମି ପକ୍ଷରୁ ଜିଲ୍ଲା ସ୍ତରୀୟ ୭୭ତମ ସମ୍ବିଧାନ ଦିବସ ଧୁମ୍‌ଧାମ୍‌ରେ ପାଳିତ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୭ ତମ ସମ୍ବିଧାନ ଦିବସ । ଗଜପତି ଜିଲ୍ଲା ସଭାପତି ଆନସଲା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ, ମୋହନାସ୍ଥିତ ହିଲଟପ କଲେଜ ଛକଠାରୁ ବାଜା ବାଜଣା ଓ ଡାକଯନ୍ତ୍ର ସହିତ ନାରାବାଜି ଏବଂ ନାଚିନାଚି ସହର ପରିକ୍ରମା ସହ ମୋହନା ଖେଳ ପଡିଆରେ ପହଞ୍ଚିଥିଲେ । ବିରାଟ ଓ ସାଜସଜା ମଧ୍ୟରେ ଆୟୋଜିତ ସଭାସ୍ଥଳରେ ପହଞ୍ଚି ରାଜ୍ୟ ସଭାପତି ଜୀବନ ଭୋଇ, ରାଜ୍ୟ ପ୍ରଭାରୀ ନିହାର ରଞ୍ଜନ ସାମଲ, ପୁରୀ ଜିଲ୍ଲା ସଭାପତି ପ୍ରଶାନ୍ତ ବେହେରା, ଗଜପତି ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ଆଞ୍ଚଳିକ ବୁଦ୍ଧିଜୀବୀଙ୍କୁ ସମ୍ବର୍ଦ୍ଦନା ସହ ମଞ୍ଚାସୀନ କରାଇଥିଲେ । ଅମ୍ବେଦକରଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ପ୍ରଦାନ ପରେ କାର୍ଯ୍ୟକ୍ରମରେ ସମ୍ବିଧାନ ଶପଥ ପାଠ ସହ ଅତିଥିଗଣ ନିଜନିଜର ଅବିଭାଷଣ ରଖିଥିଲେ । ଗଜପତି ଜିଲ୍ଲାରେ ଭୀମ ଆର୍ମୀର କାର୍ଯ୍ୟକଳାପକୁ ରାଜ୍ୟ କମିଟି ପ୍ରଶଂସା କରିବା ସହ ସଭାପତିଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଭୀମ ଆର୍ମୀର ଗଜପତି ଜିଲ୍ଲା ସଭାପତି ଆନସଲା ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ କିଛି ଖଳ ପ୍ରକୃତି ଲୋକ ଉଦ୍ୟମ କରିଥିଲେ କିନ୍ତୁ ସମ୍ବିଧାନର ଶକ୍ତି ଓ ଆଦର୍ଶ ଯୋଗୁଁ ଏହି ଆୟୋଜନ ସଫଳ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିବା ସହ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ଶେଷରେ ସେ ‘ଜୟ ଭୀମ, ଜୟ ଭାରତ, ଜୟ ସମ୍ବିଧାନ’ ନାରା ଦେଇଥିଲେ ।