ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଡ଼ ଭୀମରାଓ ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଆମ୍ବେଦକର ବଣିକ ସଂଘର ସଭାପତି ରାମାକାନ୍ତ ବଳିଆର ସିଂଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ କରାଯାଇଥିଲା l ଏଥିରେ ବ୍ରାହ୍ମଣୀଗାଁ ମଣ୍ଡଳ ବିଜେପି ସଭାପତି ଗଣେଷ ଡାକୁଆ, ବିଜେପି ସଦସ୍ୟ ଶ୍ୟାମ ମାହାଙ୍କୁଡ, ଦୀପ୍ତି ଚନ୍ଦ୍ର ସେନାପତି, ପୂର୍ବତନ ସରପଞ୍ଚ ରମେଶ ମାଝୀ, କୁଇକୁଳ ସମ୍ପାଦକ ସଲମନ ମାଝୀ, ଶିଶିର ମାଝୀ ସମେତ ଅଞ୍ଚଳର ଆମ୍ବେଦକର ପ୍ରେମୀ ଉପସ୍ଥିତ ରହି ପ୍ରଥମେ ଆମ୍ବେଦକରଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଗୁଛ ଓ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ l ଭାଇ ପ୍ରଶାନ୍ତ ନାୟକ ଆମ୍ବେଦକରଙ୍କ ଜୀବନ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପଠନ କରିଥିଲେ l ପରେ ଆମ୍ବେଦକରଙ୍କ ଚିନ୍ତାଧାରା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ଏହି କର୍ଯ୍ୟକ୍ରମକୁ ସର୍ବସାଧାରଣରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଉକ୍ତ ସଭାକୁ ଅଶୋକ ସିଂ ସଂଯୋଜନା କରିଥିବା ବେଳେ ପ୍ରଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।