ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ସ୍ଥିତ ନେହେରୁ ମାର୍କେଟ କମ୍ପ୍ଲେକ୍ସ ଛକରେ ବ୍ଲକ ଓ ଏନଏସି ଭୀମ ଆର୍ମି ସଂଗଠକ ପକ୍ଷରୁ ସମ୍ବିଧାନ ପ୍ରଣେତା ଡକ୍ଟର ଭିମ ରାଓ ଆମ୍ବେଦକରଙ୍କ 135 ତମ ଜନ୍ମଜୟନ୍ତୀ ବ୍ଲକ ସମ୍ପାଦକ ହନକ ଦିଗାଲଙ୍କ ନେତୃତ୍ୱରେ ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପସଭାପତି ଅରୁଣ ପ୍ରଧାନ, ଦିଲୀପ ପ୍ରଧାନ, ବରିଷ୍ଠ ନାଗରିକ ଗୋବିନ୍ଦ ପ୍ରଧାନ, ସାମନ୍ତ ପ୍ରଧାନ, ସଂଜୀବ ନାୟକ, ସମାଜସେବୀ ସଶ୍ମିତା ମଲିକ, ଆଇନଜୀବି ମୃତ୍ୟୁଞ୍ଜୟ ନାୟକ, ଅବସରପ୍ରାପ୍ତ ପୁଲିସ କର୍ମଚାରୀ ପାନୁଏଲ ନାୟକ, ସମାଜସେବୀ ଆମନ ଚନ୍ଦ୍ର ନାୟକ, ମହମ୍ମଦ ହୁସେନ, ଟାର୍ଜନ ସାହୁ, ଶରତ ଚନ୍ଦ୍ର ଦିଗାଲ, ଭୀମସେନ ନାୟକ, ସନ୍ତେ ପ୍ରଧାନ ଫିରୋଜ ନାୟକ, ସଂଜୀବ ପ୍ରଧାନଙ୍କ ସମେତ ଶହେରୁ ଉର୍ଦ୍ଧ୍ୱ ଆମ୍ବେଦକର ପ୍ରେମି ଯୋଗ ଦେଇ ଥିଲେ l ଏହି ସମୟରେ ବରିଷ୍ଠ ନାଗରିକ ଗୋବିନ୍ଦ ପ୍ରଧାନ, ବରିଷ୍ଠ ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକଙ୍କ ସହ ଉପସ୍ଥିତ ଆମ୍ବେଦକର ପ୍ରେମି ଆମ୍ବେଦକରଙ୍କ ଦେଶ ଓ ସମ୍ବିଧାନ ପ୍ରତିଥିବା ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସମ୍ପାଦକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ l ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଥମ ଥର ପାଇଁ ଭୀମ ଆର୍ମି ଓ ଅଞ୍ଚଳ ବାସିଙ୍କ ପକ୍ଷରୁ ଆମ୍ୱେଦକର ଜୟନ୍ତୀ ପାଳିତ ହେଉ ଥିବାରୁ ଅଂଚଳନାସୀଙ୍କ ମଧ୍ୟରେ ବେଶ ଖୁସିର ଲହରୀ ଖେଳି ଯାଇଛି l
Next Post