ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତର ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଦନମୋହନ ବେହେରା ସରକାରଙ୍କ ନିୟମାନୁଯାୟୀ ତାଙ୍କ ଶିକ୍ଷାଦାନ ସେବାରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ଓଡ଼ିଶା ପକ୍ଷରୁ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ସେବା ନିବୃତ୍ତି ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ଉପଖଣ୍ଡ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତାଭାବେ ଦାରିଙ୍ଗବାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାଶଙ୍କର ସାମନ୍ତରାୟ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଉପ ସଭାପତି ଦୈତାରୀ ଦିଗାଲ, ଜିଲ୍ଲା ସଂଘ ଉପ ସଭାନେତ୍ରୀ ମିନତୀ ଦେବୀ, ଜିଲ୍ଲା ସଂଘ ଉପାଦେଷ୍ଟା ରଞ୍ଜନ କୁମାର ପାଢି, ବସ୍ତିଙ୍ଗିଆ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଜୟନ୍ତି ବାନାରା, ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ, କୁର୍ତମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରିଶ ଚନ୍ଦ୍ର ପ୍ରଧାନ, ଗିସ୍ଥିଖୁଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ, ବଇଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟଲାଲ ନାୟକ, ବ୍ଳକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ଉପସ୍ଥିତ ରହି ଅବସର ନେଇଥିବା ପ୍ରଧାନ ଶିକ୍ଷକ ମଦନମୋହନଙ୍କ କର୍ମମୟ ଜୀବନୀ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଆଗାମୀ ଅବସର ସମୟ ଯେପରି ସୁଚାରୁ ରୁପେ ବିତାଇ ପାରିବେ ସେ ନେଇ ଈଶ୍ବରଙ୍କ ନିକଟରେ କାମନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକଙ୍କ ଶୁଭ କାମନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ଯୁଗ୍ମ ସମ୍ପାଦକ ତ୍ରିଲୋଚନ ପଣ୍ଡା ସଂଯୋଜନା କରିଥିବା ବେଳେ ଶିକ୍ଷକ ସାଗର କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯକ୍ଷ ବଡ଼ମାଝି, ସିଆରସିସି ପ୍ରଶ୍ନ ବେହେରା ସହିତ ବିଦ୍ୟାଳୟ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
Prev Post