ଗାନ୍ଦାରୀଗୁଡ଼ି ଠାରେ ଧୁସାରୀଗାଁ ପାଷ୍ଟୋରେଟର ୬୫ ତମ ବାର୍ଷିକ ଗସିସଭା ମହୋତ୍ସବ ଅନୁଷ୍ଠିତ…..

ଦାରିଙ୍ଗବାଡ଼ି/ସିମନବାଡି(ଅଶୋକ ସିଂ/ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାନ୍ଦାରିଗୁଡ଼ି ଗ୍ରାମରେ ଧୂସାରୀଗାଁ ପାଷ୍ଟରେଟର ୬୫ ତମ ବାର୍ଷିକ ଗସିସଭା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଧୁସାରୀଗାଁ ପାଷ୍ଟୋରେଟ୍ ଚକ ପାଳକ ଶ୍ରୀ. ବିଜୟ ଚନ୍ଦ୍ର ପ୍ରଧାନଙ୍କ ଅଦକ୍ଷତାରେ ଆୟୋଜନ ହୋଇଥିଲା । ଏହି ସଭାର ଉପ-ସଭାପତି ଆଚାର୍ଯ୍ୟ ଭଗବାନ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ  । ଉକ୍ତ ଗସିସଭାରେ ମୁଖ୍ୟ ବକ୍ତା ଭାବେ ସମ୍ୱଲପୁର ଡାୟୋସିସ୍‌ ଚର୍ଚ୍ଚର ଆଚାର୍ଯ୍ୟ ରୋହିତ୍ ବାଗ୍ ଯୋଗ ଦେଇ ଇଶ୍ଵରଙ୍କ ବାକ୍ୟ ଠାରେ ବୃଦ୍ଧି ପାଇବା ଓ ବିଶ୍ଵାସରେ ରହିବା ପ୍ରସଙ୍ଗ ଉପରେ ବାକ୍ୟ ପରିବେଶଣ କରିଥିଲେ । ଏହି ଅବସରରେ ସମ୍ବଲପୁର ଗାୟକ ଆୟୁଷ ସାନ୍‌, ରାୟଗଡ଼ାର ପ୍ରମିଳା ମାଝୀ ଓ ବିଭିନ୍ନ ପାଷ୍ଟୋରେଟ୍ ପାଳକ ବୃଦ୍ଧ ଏବଂ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଆଞ୍ଚଳିକ ତତ୍ୱାବଧାନରେ ପାଷ୍ଟୋରେଟ୍ ସମ୍ପାଦକ ଶ୍ରୀ ଯିରିମିୟ ପ୍ରଧାନ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନ କରିବା ସହ ମଞ୍ଚକୁ ନିମନ୍ତ୍ରଣ କରି ଥିଲେ । ସ୍ଥାନୀୟ ଗାନ୍ଦାରିଗୁଡ଼ି ମଣ୍ଡଳୀ ସଂଙ୍ଗିତ ଦଳ ଭକ୍ତି ସଂଙ୍ଗୀତ ଗାନ କରିଥିଲେ । ଏହି ଗସି ସଭାରେ ୧୯ ଗୋଟି ମଣ୍ଡଳୀ ର ଖ୍ରୀଷ୍ଟିୟ ଧର୍ମାବଲମ୍ବୀ ଲୋକେ ଆସି ପ୍ରଭୁ ଯିଶୁଙ୍କ ଅନୁଗ୍ରହ ବାଣୀ ଶୁଣିବା ସହ ତାଙ୍କ ମନକୁ ସ୍ଥିର କରିବା ନିମନ୍ତେ ଯୋଗଦେଇଥିଲେ । ତତ୍ ସାଙ୍ଗେ ଉକ୍ତ ଗ୍ରାମର ଯୁବା ଯୁବତୀ  ଏବଂ ଧୁସାରୀଗାଁ ପାଷ୍ଟୋରେଟ୍ କର୍ମ କର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।