ମୋହନା(ମିହିର ପ୍ରସାଦ ମାଳୀ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ଏକ ଅଧୟନ ଭ୍ରମଣରେ ୩୬୦ ଜଣ ଛାତ୍ରଛାତ୍ରୀ ଓ ୩୦ ଜଣ ଅଧିକାରୀଙ୍କୁ ନେଇ ଏକ ଟିମ centurian university of technology and managemnet ର ସୀତାପୁରର କ୍ୟାମ୍ପସକୁ ଯାଇଥିଲେ l ଏହାକୁ ଗଜପତି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜନ କରାଯାଇଥିଲା l ମୋହନା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ବେହେରା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ କହଁରଙ୍କ ମିଳିତ ତତ୍ୱାବଧାନରେ ଦୁଇ ଜଣ ବିଜ୍ଞାନ ସଂଯୋଜକ ଏମ ଦିଲୀପ କୁମାର ଓ ବାଳକୃଷ୍ଣ ବାଘସିଂଙ୍କ ସହଯୋଗରେ ୨୭ଟି ହାଇସ୍କୁଲର ୮୧ ଜଣ ଛାତ୍ରଛାତ୍ରୀ ଭ୍ରମଣ ପାଇଁ ଯାଇଥିଲେ l ପ୍ରଧାନ ଶିକ୍ଷକ ନିରାକାର ବେହେରା, ସସ୍ମିତା କୁମାରୀ ପ୍ରଧାନ, ବିଗ୍ନେଶ୍ୱର ପଣ୍ଡା, ଗୋବିନ୍ଦ ଦିଗଲ ଓଁ ଦିଲେଶ୍ବର ବିଶ୍ୱାଳ ଏହି ଦଳରେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିଭାଗ ଯଥା automobile, organic farming, ପଶୁପାଳନ, engineeringର ବିଭିନ୍ନ ଶାଖା, horticulture ଇତ୍ୟାଦି ୩୦ରୁ ଅଧିକ କୌଶଳ ମୁଖ୍ୟ ଶାଖା ବିଷୟରେ ଜାଣିବାର ସୁଯୋଗ ପାଇଛନ୍ତି l ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଅଗ୍ରହ ବୃଦ୍ଧି କରିବା ଓ ତାଙ୍କର ଭବିଷ୍ୟତ ଚିନ୍ତାଧାରାକୁ ଶକ୍ତିଶାଳୀ କରିବା ମୁଖ୍ୟ ଉଦେଶ୍ୟ ଥିଲା l ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟର register, ବିଭିନ୍ନ ବିଭାଗର ଡିଏନ ଓ ଶିକ୍ଷକମାନଙ୍କ ସହ ବିଶେଷ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହି ଛାତ୍ରଛାତ୍ରୀଙ୍କ ଉଦ୍ୟମୀ କୌଶଳ ଓ ଭବିଷ୍ୟତ ଗଠନରେ ଏହା ସହାୟକ ହେବ ବୋଲି ଅଧିକାରୀମାନେ କହିଥିଲେ l ଏହି ଅବସରରେ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ଼କ୍ଟର ମାୟାଧର ସାହୁ ଓ ଜିଲ୍ଲା ବିଜ୍ଞାନ ଶିକ୍ଷକ ନିରୀକ୍ଷକଙ୍କୁ ମୋହନା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦିଆ ଯାଇଥିଲା l