ସରକାରଙ୍କ ଯଦି ସାମାନ୍ୟ ମାନବିକତା ଥିବ ତେବେ ତେବେ ତୁରନ୍ତ ଏହି ଗୋତି ପ୍ରଥାକୁ ବନ୍ଦ କରନ୍ତୁ – ଭକ୍ତ ଦାସ(ପିସିସି ସଭାପତି)….
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ଆଉଟ ସୋର୍ସିଙ୍ଗ କର୍ମଚାରୀମାନେ ସରକାରଙ୍କ ଦ୍ୱାରା ଶୋଷିତ ହେଉଛନ୍ତି l
ଏହା ଗୋତି ପ୍ରଥା ସହିତ ସମାନ l ଏହି ପ୍ରଥାକୁ ତୁରନ୍ତ ଉଛେଦ କରି ସେମାନଙ୍କ ଚାକିରୀକୁ ନିୟମିତ କରିବାକୁ ଦାବି କରିଛନ୍ତି l ସରକାର ଯଦି ମାନବିକତା ଦୃଷ୍ଟିରୁ ଏହା ନକରନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ସେ ଆହ୍ୱାନ ଦେବା ସହିତ ଏହାକୁ କଂଗ୍ରେସ ପ୍ରତ୍ୟକ୍ଷ ଭାବରେ ଏହି ଆନ୍ଦୋଳନକୁ ସମର୍ଥନ ଦେବ ବୋଲି ଶ୍ରୀ ଦାସ ଗୋଷଣା କରିଥିଲେ l ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କଡମ ଏଥିରେ ଯୋଗ ଦେଇ ଏହି ଆନ୍ଦୋଳନକୁ ସମର୍ଥନ ଦେବା ସହିତ କର୍ମଚାରୀମାନଙ୍କ 3 ଦଫା ଦାବି ପୂରଣ ପାଇଁ ବିଧାନସଭାରେ ଦାବି କରିବେ ବୋଲି ଘୋଷଣା ଜରିଥିଲେ l ଦଳର ମୁଖ୍ୟ ସଚେତକ ରାଜନ ଏକ୍କା, ବିଧାୟକ ସତ୍ୟନାରାୟଣ ଗମାଙ୍ଗ, କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମଧ୍ୟ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l