ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଆଜି ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ବାୟାଗୁଡା ଗ୍ରାମରେ “ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି” ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମର ଯୁବ ଗୋଷ୍ଠୀ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାର ଶିକ୍ଷା ପ୍ରାପ୍ତି । ଏହା ରା.ଉଦୟଗିରିରେ କାର୍ଯ୍ୟରତ ସଂସ୍ଥା ଇସାରା (ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ଆକ୍ସନ ଏଣ୍ଡ ରିସର୍ଚ୍ଚ ଏକ୍ଟିଭିଟିଜ) ଏବଂ ଏମ.ସି.ସି.ଆଇ(ମେନୋନାଇଟ ସେଣ୍ଟ୍ରାଲ କମିଟି, ଇଣ୍ଡିଆ)ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏଠାରେ ରା.ଉଦୟଗିରି ସହଯୋଗୀ ତହସିଲଦାର ଦେବାଶିଷ ରାଉଳ, ରା.ଉଦୟଗିରି ଅଗ୍ନିଶମ ବିଭାଗର ମୁଖ୍ୟ ଏମ.ଫକୀର ପାତ୍ର ଏବଂ ତାଙ୍କ ସହଯୋଗୀ କର୍ମଚାରୀ ବୃନ୍ଦ ଶ୍ରୀଧର ସେଠୀ, ରାକେଶ କୁମାର ସାହୁ, ତାପସ ଗୌଡ଼, ବାଲାଜୀ ଭୂଇଁୟା , MCCIର ସଦସ୍ୟା ମୁକୁଲ ବନ୍ଦନା, ଇସାରା ଚେୟାରମେନ ମନ୍ମଥ ରାଣା, ଇସାରା ସେକ୍ରେଟାରୀ ରବୀନ୍ଦ୍ର ନାଥ ପାତ୍ର, ଇସାରା ପ୍ରୋଜେକ୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣରେ ସହଯୋଗୀ ତହସିଲଦାର ଦେବାଶିଷ ରାଉଳ, ମୃର୍ତ୍ତିକା ସଂରକ୍ଷଣ ଏବଂ ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା କରିଥିଲେ l ଅଗ୍ନିଶମ ବିଭାଗର କର୍ମଚାରୀ ବୃନ୍ଦ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟରୁ ମୁକାବିଲା କିପରି କରିବେ ତାହା ପ୍ରାକ୍ଟିକାଲ କରି ତାଲିମ ପ୍ରଦାନ କରିଥିଲେ ।