କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ସୁରଦା ପ୍ରଧାନଙ୍କ ଆଭାନ କ୍ରମେ କୋଟଗଡ଼ ବ୍ଳକର ସମସ୍ତ ନେତା, ପୁର୍ବତନ ସଭାପତି, ଉପସଭାପତି ଏବଂ ଯୁବ କଂଗ୍ରେସ କର୍ମୀମାନେ ଉକ୍ତ ବୈଠକରେ ଯୋଗଦେଇ ଥିଲେ l ଏହି ବୈଠକରେ ସଂଗଠନକୁ ଅଧିକ କାର୍ଯ୍ୟକ୍ଷମ କରିବା ନିଷ୍ପତ୍ତି ନିଆଯାଇଛି l ସ୍ଵତନ୍ତ୍ର କମିଟିରେ କୋଟଗଡ଼ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ସୁରଦା ପ୍ରଧାନଙ୍କ ସହ କୋଟଗଡ଼ ବ୍ଳକ କଂଗ୍ରେସ କମିଟି ୧୫ ଗୋଟି ପଞ୍ଚାୟତର ସମସ୍ତ କଂଗ୍ରେସ ସଭାପତିଙ୍କ ନାମକୁ ପ୍ରସ୍ତୁତ କରାଯିବାର ସୁଚନା ମିଳିଛି l ଏଠାରେ କଂଗ୍ରେସର ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏବଂ ପୁର୍ବତନ ସଭାପତି ଶ୍ରୀ ସରଜ ବେହେରା ମାଝୀ, ପୁର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ର୍ମାତିନ ବଳିଆର ସିଂ, ଜିଲ୍ଲା ପରିଷଦ ତଥା ଜିଲ୍ଲା ଉପସଭାପତି ଶ୍ରୀ ଯିରିମିୟ ସୁନାମାଝୀ, ପୁର୍ବତନ ଅଧ୍ୟକ୍ଷ ସୋଲୋମନ ମଳିକ, ପୁର୍ବତନ ଅଧ୍ୟକ୍ଷ ଈକାରା ସୁକାମାଝୀ, ପୁର୍ବତନ ଉପସଭାପତି ବାମଦେବ ସୁକାମାଝୀ, ପୁର୍ବତନ ଉପସଭାପତି ଗୁରୁଦେବ ନାୟକ, ଦେବରାଜ ବଡ଼ସେଟ୍, ରାଜକିଶୋର ନାୟକ, ଶ୍ରୀକାନ୍ତ ମଝୀଆସେଟ, ଯହନ ଦିଗାଳ, ବରିଷ୍ଠ ନେତାମାନେ ଗଧନ ନାୟକ, ଏମେଶର ମୁଣ୍ଡାମାଝୀ, ଯସେଫ ମୁଣ୍ଡାମାଝୀ, ଏବଂ ସମସ୍ତ ଯୁବ କଂଗ୍ରେସ କର୍ମୀମାନେ ଉକ୍ତ ବୈଠକରେ ଯୋଗଦେଇ ଥିଲେ l