କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ମାର୍କେଟରେ ଦୋକାନ ଦୋକାନ ବୁଲି ବ୍ଲକ ପ୍ରଶାସନ ପକ୍ଷରୁ ପଲିଥିନ ବର୍ଜନ ପାଇଁ ସଚେତନତା କରାଯାଇଛି । ପଲିଥିନ ବ୍ୟବହାର ବନ୍ଦ କରି ପେପର, ନନ ଓଭେନ ବ୍ୟାଗ ଉପରେ ଗୁରୁତ୍ବ ଦେବାକୁ କୋଟଗଡ ବିଡିଓ ଶୁଭକାନ୍ତ ନାୟକ, ତହସିଲଦାର ଭୋଳାନାଥ ମାଝୀ, ଯୋଗାଣ ଅଧୂକାରୀ ସୁଶାନ୍ତ କୁମାର ଧଳ ଏବଂ ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ କଂଗ୍ରେସର ବ୍ଲକ ସଭାପତି ସୁରଦା ପ୍ରଧାନ ମିଶି ସ୍ଥାନୀୟ ଦୋକାନୀ, ବଣିକ ସଙ୍ଘ ସଭାପତି ତାରିଣୀ ପ୍ରସାଦ ପତିଙ୍ ଓ କୋଟଗଡର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି |