ଦାରିଙ୍ଗବାଡି ଗସ୍ତରେ ପୁର୍ବତନ ବିଧାୟକ ମୋହମଦ ମୋକିମ: ନୂତନ ଆଶା, ବିଚାର ଓ ସମୋନ୍ଵୟକୁ ନେଇ ନୁଆ ରାଜନୈତିକ ଦଳ ଗଠନର ଲକ୍ଷ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗସ୍ତରେ ଆସି କଟକର ପୁର୍ବତନ ବିଧାୟକ ମହମ୍ମଦ ମୋକିମ୍ ନୂତନ ଦଳ ଗଠନର ଆଭାସି ପ୍ରଦାନ କରିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଦାରିଙ୍ଗବାଡ଼ି ସ୍ଥିତ ପାଷ୍ଟରାଲ ସଭାଗୃହ ଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ ।  କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକର କିଛି ନେତୃତ୍ୱବୃନ୍ଦ ଉପସ୍ଥିତ ରହି ପୂର୍ବତନ ବିଧାୟକ ଶ୍ରୀ ମୋକିମଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୁର୍ବରୁ ତଥା ବର୍ତ୍ତମାନ୍ ସରକାର କନ୍ଧମାଳର ଉନ୍ନତୀ କ୍ଷେତ୍ରରେ ଅବହେଳା କରି ଆସୁଛନ୍ତି ଏଣୁ  ନୂତନ ଆଶା, ବିଚାରଧାରା ଓ ସମନ୍ୱୟକୁ ନେଇ  ଆଗମୀ ଦିନରେ ଗଠନ ହେବାକୁ ଥିବା ନୂତନ ରାଜନୈତିକ ଦଳକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ପୂର୍ବତନ ବିଧାୟକ ଶ୍ରୀ ମୋକିମ  ଆହ୍ଵାନ ଦେଇଥିଲେ । କଂଗ୍ରେସ, ବିଜେଡି ଓ ବିଜେପି ଦଳର ଅସନ୍ତୋଷ ବ୍ୟକ୍ତି ଓ ଓଡ଼ିଶାକୁ ଭଲ ପାଉଥିବା ଏବଂ ଓଡ଼ିଶାର ଉତ୍ତମ ଭବିଷ୍ୟତ ଚିନ୍ତା କରୁଥିବା ବ୍ୟକ୍ତି ବିଶେଷ ଯୁବ ସମାଜ ନୂତନ ରାଜନୈତିକ ଦଳ ଆବଶ୍ୟକତାକୁ ଅନୁଭବ କରୁଥିବା ସେ କହିଥିଲେ । ମୁଖ୍ୟତଃ ଆଗାମୀ ଦିନରେ ଗଠନ ହେଉଥିବା ନୂତନ ରାଜନୈତିକ ଦଳ ଓଡିଶା ଜନତା କଂଗ୍ରେସର ଆଭିମୁଖ୍ୟ ଏବଂ ଭବିଷ୍ୟତର କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରି ଦଳରେ ଯୋଗ ଦେବା ପାଇ ସେ ଆହ୍ୱାନ କରିଥିଲେ । ବ୍ଲକର କାଳୀ ପ୍ରସାଦ ମଲ୍ଲିକ, ସୁରେନ୍ଦ୍ର ସାହୁ, ଶରତ ପ୍ରଧାନ, ନାଗେଶ୍ୱର ପ୍ରଧାନ ଆଦି ପ୍ରମୁଖଙ୍କ ନେତୃତ୍ୱରେ ଆଗାମୀ ଦିନରେ ଅଞ୍ଚଳରେ ସାଙ୍ଗଠନିକ ବୈଠକ କରି ସଦସ୍ୟ ସଂଗ୍ରହ କରାଯିବା ନେଇ ଆଲୋଚନା କରିଥିଲେ । ମୁଖ୍ୟତଃ ବିଭିନ୍ନ ରାଜନୈତିକ ଦଳରେ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ରହିଥିବା ବ୍ୟକ୍ତିଙ୍କୁ ଦଳରେ ସଦସ୍ୟ ଗ୍ରହଣ କରିବା ପାଇ ପ୍ରୟାସ କରିବାକୁ ସ୍ଥିର କରାଯାଇଥିଲା । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ଦେବା ନେଇ ସଂକଳ୍ପ କରାଯାଇଥିଲା । ଏବଂ ପ୍ରତ୍ୟକ ଜିଲ୍ଲା ଗୁଡ଼ିକରେ ସାଙ୍ଗଠନିକ ବୈଠକ ଓ ସଦସ୍ୟ ସଂଗ୍ରହ କରି ଦଳକୁ ମଜବୁତ କରିବା ସହ ଓଡିଶାର ଲୋକଙ୍କ ହିତ ପାଇଁ କାମ କରିବା ନେଇ ପୂର୍ବତନ ବିଧାୟକ ମୋକିମ ପ୍ରତି କ୍ରିୟାରେ କହିଥିଲେ ।